ମାତ୍ର ୫୦ ଟଙ୍କା ପାଇଁ ଲୋକଙ୍କୁ ଖାଦ୍ୟ ପରଷୁଥିଲେ ଏହି ଚର୍ଚ୍ଚିତ ଅଭିନେତ୍ରୀ

ବଲିଉଡ୍‌ର ଚର୍ଚ୍ଚିତ ଆଇଟମ୍‌ ଗର୍ଲ ରାକ୍ଷୀ ସାଓ୍ବନ୍ତଙ୍କର ଆଜି ହେଉଛି ୪୨ ତମ ଜନ୍ମଦିନ। ୨୫ ନଭେମ୍ବର ୧୯୭୮ରେ ସେ ମହାରାଷ୍ଟ୍ରର ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ସବୁ ସମୟରେ ସେ ନିଜର ଅଦ୍‌ଭୁତ ବିବୃତ୍ତି ପାଇଁ ଚର୍ଚ୍ଚାରେ ରହିଥାନ୍ତି। ଯେତେବେଳେ ଯାହା ଚାହାନ୍ତି ସେ ଅନ୍‌ସ୍କ୍ରିନ୍‌ରେ କହି ଦେଇଥାନ୍ତି। ଏଥି କାରଣ ପାଇଁ ସେ ଅଧିକାଂଶ ସମୟରେ ହେଡ୍‌ଲାଇନ୍‌ରେ ରହିଥାନ୍ତି। ରାକ୍ଷୀଙ୍କ ପିଲାଦିନ ଅତ୍ୟନ୍ତ ସଂଘର୍ଷମୟ ଥିଲା। ମାତ୍ର ୧୦ ବର୍ଷ ବୟସରେ ସେ ଟିନା ଅମ୍ବାନୀଙ୍କ ବିବାହରେ ଲୋକଙ୍କୁ ଖାଦ୍ୟ ପରଷୁଥିଲେ। ଏହି କାମ ପାଇଁ ତାଙ୍କୁ ପାରିଶ୍ରମିକ ରୂପେ ମାତ୍ର ୫୦ ଟଙ୍କା ମିଳିଥିଲା। ଘରର ଆର୍ଥିକ ସଙ୍କଟ ଯୋଗୁ ପରିବାର ଲୋକେ ତାଙ୍କୁ ଏହି କାମ କରାଉଥିଲେ।

Share