ଦିନ ଥିଲା ବସିବା ଅବସ୍ଥାରେ ଶୋଉଥିଲେ, ଡାକ୍ତର କହିଥିଲେ ମାତ୍ର ୬ ମାସ ବଞ୍ଚିବ…

ବମ୍ବେ: ନିଜର ସ୍ବର ସାଙ୍ଗକୁ ଫିଟ୍‌ନେସକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି ଲୋକପ୍ରିୟ ଗାୟକ ଅଦନାନ ସାମି। ହିନ୍ଦି ଫିଲ୍ମଜଗତରେ ସେ ଯେବେ ଏଣ୍ଟ୍ରି କରିଥିଲେ, ବହୁତ ମୋଟା ଥିଲେ। ତାଙ୍କ ଓଜନ ପ୍ରାୟ ୨୦୦ କିଲୋରୁ ଅଧିକ ଥିଲା। ସେତେବେଳେ ଡାକ୍ତର ତାଙ୍କୁ ମାତ୍ର ୬ ମାସ ବଞ୍ଚିବେ ବୋଲି ଶୁଣାଇଥିଲେ। ହେଲେ ହାର୍‌ ନମାନି ନିଜକୁ ଫିଟ୍‌ କରିବା ଲାଗି ସେ ୧୬୦ କିଲୋ ଓଜନ କମାଇଥିଲେ।

ଅତ୍ୟଧିକ ମୋଟାପଣ ଥିବା ସମୟକୁ ମନେପକାଇ ଅଦନାନ କହିଛନ୍ତି, ସେ ସମୟରେ ମୁଁ ଶୋଇପାରୁ ନ ଥିଲେ। ତାଙ୍କୁ ବସିଥିବା ଅବସ୍ଥାରେ ଶୋଇବାକୁ ପଡ଼ୁଥିଲା। ନିଜ ଗୋଡ ମଧ୍ୟ ସେ ହଲାଇ ପାରୁ ନ ଥିଲେ। ଗାଡ଼ିରେ ତାଙ୍କୁ ବସାଇବା ଲାଗି ଡ୍ରାଇଭରଙ୍କୁ ଟ୍ରେନିଂ ଦିଆଯାଇଥିଲା। ସେମାନେ ତାଙ୍କ ଗୋଡ଼କୁ ଉଠାଇ ଗାଡ଼ି ଭିତରେ ରଖିବାରେ ସାହାର୍ଯ୍ୟ କରୁଥିଲେ। ଡାକ୍ତରମାନେ ତାଙ୍କ ଅବସ୍ଥା ଦେଖି ମାତ୍ର ୬ ମାସ ଯାଏ ସେ ବଞ୍ଚିବେ ବୋଲି କହିଥିଲେ।

ନବେ ଦଶକରେ ଅଦନାନଙ୍କର ‘ଲିଫ୍ଟ କରା ଦୋ’, ‘କଭି ତୋ ନଜର ମିଲାଓ’ ଭଳି ଗୀତ ରିଲିଜ ହୋଇଥିଲା। ଏହା ତାଙ୍କୁ ଲୋକପ୍ରିୟ କରିଥିଲା। ଏହାଛଡ଼ା ତାଙ୍କ ଗୀତ ‘ତେରା ଚେହେରା’ ମଧ୍ୟ ବେଶ ପ୍ରଶଂସିତ ହୋଇଥିଲା। ଆଜି ଅଦନାନ ୫୦ ବର୍ଷ ବୟସରେ ପାଦ ରଖିଛନ୍ତି। ବିଗତ ବର୍ଷ ମଧ୍ୟରେ ସେ ଅନେକ ପରିବର୍ତ୍ତନକୁ ଆପଣାଇଛନ୍ତି। ବିଶେଷକରି ନିଜ ଫିଟ୍‌ନେସ୍‌ ଉପରେ ସେ ବିଶେଷ ଧ୍ୟାନ ରଖିଥାନ୍ତି। ଏବେ ତାଙ୍କ ଓଜନ ୭୫ ରୁ ୮୦ କିଲୋ ରହିଛି।

Share