ସଞ୍ଜୟ ଦତ୍ତଙ୍କ ଅଭିନୟରେ ପ୍ରଭାବିତ ହୋଇ ଏହି ଉପହାର ଦେଇଥିଲେ ଅମିତାଭ ବଚ୍ଚନ

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଫିଲ୍ମ ଦେଖିବାକୁ ବହୁତ ଭଲ ପାଆନ୍ତି। ଖାଲି ସେତିିକି ନୁହେଁ, ଯେଉଁ କଳାକାରଙ୍କ ଅଭିନୟ ତାଙ୍କୁ ଭଲଲାଗେ ସେ ତାଙ୍କୁ ଉପହାର ମଧ୍ୟ ଦେଇଥାନ୍ତି। ନିକଟରେ ବିଗ୍‌ବି ଫିଲ୍ମ ‘ଲୁଟକେସ’ରେ ଅଭିନେତା କନାଲ ଖେମୁଙ୍କ ଅଭିନୟକୁ ପ୍ରଶଂସା କରିଥିଲେ। ଏଥିସହ ତାଙ୍କ ନିକଟକୁ ଏକ ସ୍ବତନ୍ତ୍ର ହାତଲେଖା ଚିଠି ମଧ୍ୟ ପଠାଇଥିଲେ। ଏହାକୁ କୁନାଲ ସୋସିଆଲ ମିଡିଆରେ ଶେୟାର କରିଥିଲେ।
କୁନାଲଙ୍କ ପୂର୍ବରୁ ଅମିତାଭ ରଣବୀର ସିଂ, ଦୀପିକା ପାଦୁକୋନ, ଆଲିଆ ଭଟ୍ଟ, ଭିକି କୌଶଲ, ତାପସୀ ପନ୍ନୁ, ରଣଦ୍ଦୀପ ହୁଡ୍ଡା ପ୍ରମୁଖ କଳାକାରଙ୍କୁ ଚିଠି ପଠାଇଛନ୍ତି। ତେବେ ଏକ ଫିଲ୍ମରେ ସଞ୍ଜୟ ଦତ୍ତଙ୍କ ଅଭିନୟ ପ୍ରତି ପ୍ରଭାବିତ ହୋଇ ତାଙ୍କୁ ଏକ ସ୍ବତନ୍ତ୍ର ଉପହାର ମଧ୍ୟ ଦେଇଥିଲେ ବିଗ୍‌ବି।
୧୯୮୬ରେ ମୁକ୍ତିଲାଭ କରିଥିବା ମହେଶ ଭଟ୍ଟଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ନାମ’ । ଏଥିରେ ସଞ୍ଜୟଙ୍କ ଅଭିନୟ ଅମିତାଭଙ୍କୁ ବେଶ୍‌ ପ୍ରଭାବିତ କରିଥିଲେ। ଏଥିପାଇଁ ବିଗ୍‌ ବି ତାଙ୍କୁ ରାତ୍ରୀ ଭୋଜନ ପାଇଁ ଡାକିଥିଲେ। ଖାଲି ସେତିକି ନୁହେଁ ସେ ସଞ୍ଜୟଙ୍କୁ ଏକ ସୁନା ଚେନ୍‌ ଉପହାର ରୂପେ ଦେଇଥିଲେ।

Share