‘ଶାହରୁଖ ମୋ ବାପା ଭଳି’

ନୂଆଦିଲ୍ଲୀ,୨୧।୧୦: ଶାହରୁଖ ଖାନଙ୍କ ପରିବାର ସହ ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ସମ୍ପର୍କ ବେଶ ପୁରୁଣା। ଶାହରୁଖଙ୍କ ଝିଅ ସୁହାନା ଖାନ ହେଉଛନ୍ତି ଅନନ୍ୟାଙ୍କ ଭଲ ବନ୍ଧୁ। ତାଙ୍କୁ ବହୁ ସମୟରେ ସୁହାନା, ଶାହରୁଖଙ୍କ ପୁଅ ଆର୍ଯ୍ୟନ ଓ ଅବରାମଙ୍କ ସହ ଦେଖିବାକୁ ମିଳେ। ଶାହରୁଖଙ୍କ ସହ ସମ୍ପର୍କ କେତେ ନିବିଡ ତାହା ଜଣାଇବା ପାଇଁ ଅନନ୍ୟା ୨୦୧୯ରେ ଶାହରୁଖଙ୍କୁ ବାପାଙ୍କ ଭଳି ବୋଲି କହିଥିଲେ।

“ଶାହରୁଖ ମୋ ବାପା ଭଳି। ସେ ମୋର ସବୁଠୁ ଭଲ ସାଙ୍ଗଙ୍କ ବାପା। ଏଣୁ ଆମେ ତାଙ୍କ ସହ ଆଇପିଏଲ୍‌ ମ୍ୟାଚ୍‌ ଦେଖିବାକୁ ଯାଉ। ସୁହାନାଙ୍କ ଛଡ଼ା ସଞ୍ଜୟ କାପୁରଙ୍କ ଝିଅ ଶାନାୟା ମୋ ଭଲ ସାଙ୍ଗ। ଆମେ ସବୁ କିଛି ଶେୟାର କରୁ” ବୋଲି ଏସିଆନ ଏଜକୁ ଅନନ୍ୟା କହିଥିଲେ। ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର ୨ ଜରିଆରେ ବଲିଉଡ୍‌ରେ ପଦାର୍ପଣ କରିଥିବା ଅନନ୍ୟା ଏପର୍ଯ୍ୟନ୍ତ ହାତଗଣତି ଫିଲ୍ମରେ ନଜର ଆସିଛନ୍ତି।

Share