Categories: Uncategorized

ଆଜି ଖେଳାଯିବ ଭାରତ-ଇଂଲଣ୍ଡ ଦ୍ୱିତୀୟ ମ୍ୟାଚ୍‌: ଜାଣନ୍ତୁ କେବେ, କେଉଁଠି, କେତେବେଳେ ଦେଖିବେ

ନୂଆଦିଲ୍ଲୀ,୨୬।୩: ପୁଣେର ଏମ୍‌ସିଏ ଷ୍ଟାଡିୟମରେ ଖେଳାଯାଇଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡକୁ ୬୬ରନ୍‌ରେ ପରାସ୍ତ କରିଛି ଭାରତ। ୨୬ ମାର୍ଚ୍ଚ(ଶୁକ୍ରବାର) ସିରିଜର ଦ୍ୱିତୀୟ ମୁକାବିଲା ଖେଳାଯିବ। ଭାରତୀୟ ସମୟାନୁସାରେ ଅପରାହ୍ନ ୧ଟାରେ ଟସ୍‌ ପଡ଼ିବ। ସେହିଭଳି ମ୍ୟାଚ୍‌ ୧.୩୦ ରେ ଆରମ୍ଭ ହେବ।

କେଉଁଠି ଦେଖିବେ:
ମ୍ୟାଚ୍‌କୁ ଷ୍ଟାର ସ୍ପୋଟ୍ସ ନେଟଓ୍ବାର୍କର ସମସ୍ତ ଚ୍ୟାନେଲ୍‌ରେ ଦେଖିହେବ। ଏହାଛଡ଼ା ଅନ୍‌ଲାଇନ୍‌ରେ ମଧ୍ୟ ଏହାର ଅପ୍‌ଡେଟ୍‌ ଜାଣିହେବ।

ଭାରତୀୟ ଦଳ:
ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା(ଉପଅଧିନାୟକ), ଶିଖର ଧଓ୍ବନ, ଶୁଭମନ ଗିଲ, ଶ୍ରେୟାସ ଆୟାର, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ(ଉଇକେଟକିପର), ପ୍ରସିଦ୍ଧ କ୍ରିଷ୍ଣା, ଶାର୍ଦ୍ଦୁଳ ଠାକୁର, କ୍ରୁଣାଳ ପାଣ୍ଡ୍ୟା, ଓ୍ବାଶିଂଟନ ସୁନ୍ଦର, ଟି. ନଟରାଜନ, ଭୁବନେଶ୍ୱର କୁମାର, କେଏଲ୍‌ ରାହୁଲ(ଉଇକେଟକିପର), ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ ଏବଂ ମହମ୍ମଦ ସିରାଜ