Categories: ଜାତୀୟ

ଲାଲୁଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ମମତା

ପାଟନା,୨୨।୬: ବିହାରର ରାଜଧାନୀ ପାଟନାରେ ଶୁକ୍ରବାର ବିରୋଧୀ ଦଳର ଏକ ବୈଠକ ହେବାକୁ ଯାଉଛି। ଅନେକ ଦଳର ନେତା ଏହି ବୈଠକରେ ସାମିଲ ହେବେ। ବୈଠକରେ ଯୋଗଦେବା ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଟିଏମସି ନେତା ଅଭିଷେକ ବାନାର୍ଜୀ ବୁଧବାର ପାଟନାରେ ପହଞ୍ଚିଛନ୍ତି। ପାଟନାରେ ମମତା ବାନାର୍ଜୀ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ, ତାଙ୍କ ପତ୍ନୀ ରାବ୍ରି ଦେବୀ ଏବଂ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ଭେଟିଛନ୍ତି। ଏହି ସମୟରେ ରାବ୍ରି ଦେବୀ ମମତା ବାନାର୍ଜୀଙ୍କୁ ସ୍ବାଗତ କରିଥିବାବେଳେ ମମତା ବାନାର୍ଜୀ ଲାଲୁ ଯାଦବଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ମମତା କହିଛନ୍ତି, ଶୁକ୍ରବାର ପାଟନାରେ ହେବାକୁ ଥିବା ବିରୋଧୀ ଦଳ ବୈଠକ ଗଠନମୂଳକ ହେବ ଏବଂ ଦେଶକୁ ବିନାଶରୁ ରକ୍ଷା କରିବା ପାଇଁ ଆଗାମୀ ଲୋକ ସଭା ନିର୍ବାଚନରେ ଭାରତୀୟ ଜନତା ଦଳକୁ ପରାସ୍ତ କରିବାକୁ ପଡ଼ିବ।

 

Share