Categories: ଜାତୀୟ

ଏକ ଟଙ୍କା ଦରମା ନେଉଥିଲେ IAS ସାହେବ, କଳା ଚଷମା ପିନ୍ଧି ଯେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମିଳାଇଲେ ହାତ, ଦେଶରେ ପଡିଲା ଚହଳ

ନୂଆଦିଲ୍ଲୀ,୫।୯: କେନ୍ଦ୍ରୀୟ ପ୍ରତିନିଧୀତ୍ୱ ଶେଷ ହେବା ପରେ ଆଇଏଏସ ଅଧିକାରୀ ଅମିତ କାଟରିଆ ଛତିଶଗଡକୁ ଫେରିଛନ୍ତି। ଆଇଏଏସ ଅମିତ ମଙ୍ଗଳବାର ମନ୍ତ୍ରଣାଳୟରେ ଯୋଗ ଦେଇଛନ୍ତି। ଏହି ସମୟରେ ସେ ମୁଖ୍ୟ ଶାସନ ସଚିବ ଅମିତାଭ ଜେନାଙ୍କୁ ଭେଟିଛନ୍ତି।
ଅମିତ କାଟରିଆ ଜଣେ ୨୦୦୪ ବ୍ୟାଚ ଅଧିକାରୀ। ସେ ରାୟପୁର ଏବଂ ବସ୍ତରରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଛନ୍ତି। ୨୦୧୭ ଠାରୁ କାଟାରିଆ କେନ୍ଦ୍ରୀୟ ପ୍ରତିନିଧିତ୍ୱରେ ଥିଲେ। ଏହା ପରେ ସେ ପୁଣି ଥରେ ଛତିଶଗଡକୁ ଫେରିଛନ୍ତି। ଚାକିରିର ପ୍ରାରମ୍ଭିକ ପର୍ଯ୍ୟାୟରେ, ଆଇଏଏସ କାଟରିଆ କେବଳ ଏକ ଟଙ୍କା ଦରମା ନେଉଥିଲେ।

ଆଇଏଏସ ଅଧିକାରୀ ଅମିତ କାଟରିଆ ଛତିଶଗଡରେ ଥିବାବେଳେ ସବୁବେଳେ ଚର୍ଚ୍ଚାରେ ରହୁଥିଲେ। ୨୦୧୬ରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ ସମୟରେ କଳା ଚଷମା ପିନ୍ଧିଥିଲେ। ଏହି ସମୟରେ ସେ ବସ୍ତରରେ କଲେକ୍ଟର ପଦବୀରେ ଥିଲେ। ତେବେ ଏହି ଖବର ଖୁବ୍‌ ଚର୍ଚ୍ଚାରେ ରହିଥିଲା।

ଗୁରୁଗାଓଁର ବାସିନ୍ଦା ଅମିତ କାଟାରିଆ ଦିଲ୍ଲୀରୁ ଆଇଆଇଟି କରିଛନ୍ତି। ସେ B.Tech ପଢିବା ସମୟରେ ଏକ ଚାକିରି ଅଫର୍‌ ପାଇଲେ। କିନ୍ତୁ ସେ IAS ହେବାକୁ ଚାହୁଁଥିଲେ। କାଟାରିଆ ଏକ ବ୍ୟବସାୟ ପରିବାରର ଆସିଛନ୍ତି। ଅମିତ କାଟାରିଆଙ୍କ ପରିବାରର ଦିଲ୍ଲୀ ଏବଂ ଏହାର ଆଖପାଖରେ ଏକ ରିଏଲ ଇଷ୍ଟେଟ ବ୍ୟବସାୟ ଅଛି। ତାଙ୍କ ସ୍ତ୍ରୀ ଜଣେ ପେସାଦାର ପାଇଲଟ।

Share