Categories: ଫୁରସତ

ଶାଶୁଙ୍କ ୧୦୦ ବର୍ଷ ପୁରୁଣା ସିନ୍ଦୁକ ଖୋଲିଲେ ବୋହୂ, ଆଉ ତା’ପରେ

ପୁରୁଣା ଜିନିଷ ସାଇତି ରଖିବା କିଛି ଲୋକଙ୍କୁ ପସନ୍ଦ ଥାଏ। ପୁରୁଣା ଖବର କାଗଜ, କଏନ୍‌, ବହିକୁ ସାଇତି ରଖିବା ମଧ୍ୟ ଗୋଟିଏ କଳା। କୁରୁକ୍ଷେତ୍ରରେ ଜଣେ ମହିଳା ୧୯୧୮ରୁ ୨୦୦୦ ମଧ୍ୟରେ ଭାରତରେ ଚାଲିଥିବା କଏନ୍‌ ସବୁ ନିଜ ସିନ୍ଦୁକରେ ସାଇତି ରଖିଥିଲେ। ୧୦୦ ବର୍ଷ ପରେ ତାଙ୍କ ବୋହୂ ପୂଜା ସିନ୍ଦୁକ ଖୋଲିବାରୁ ସେଥିରେ ଏକ ଡବା ଥିବା ଦେଖିଥିଲେ। ପ୍ରଥମେ ଡବା ଖୋଲିବାକୁ ଭୟ କରିଥିଲେ। ଶାଶୁ ମା’ଙ୍କୁ ପଚାରି ଡବା ଖୋଲିବାରୁ ସେ ପୁରୁଣା କାଳର କଏନ୍‌ ସବୁ ଦେଖିବାକୁ ପାଇଥିଲେ। ଶାଶୁ ମା’ ୧୯୧୮, ୧୯୪୨, ୧୯୪୩, ୧୯୪୪, ୧୯୪୫, ୧୯୪୭, ୧୯୬୫, ୧୯୮୪, ୧୯୮୫, ୧୯୯୧, ୧୯୯୩, ୧୯୯୫ ଏବଂ ୨୦୦୦ ମସିହା ପର୍ଯ୍ୟନ୍ତ କଏନ୍‌ ସାଇତି ରଖିଥିଲେ। ଏନେଇ ତାଙ୍କ ଶାଶୁଙ୍କୁ ପଚରାଯିବାରୁ ସେ କହିଥିଲେ, ମୋ ଶାଶୁ ମଧ୍ୟ ତାଙ୍କ କାଳରେ ପ୍ରଚଳିତ କଏନ୍‌ ସବୁ ସାଇତି ରଖିଥିଲେ। ୨୦୦୦ ମସିହାରେ ତାଙ୍କ ମୃତ୍ୟୁ ହୋଇଥିଲା। ଆଗାମୀ ପିଢି ପୁରୁଣା କଏନ୍‌ ବିଷୟରେ ଜାଣିବା ପାଇଁ ଏହା ସେ ସାଇତି ରଖିଥିବା କହିଥିଲେ। ପୂଜା ଶାଶୁଙ୍କ ଏଭଳି କାର୍ଯ୍ୟକୁ ଖୁବ୍‌ ପ୍ରଶଂସା କରିବା ସହ ଖୁସି ମଧ୍ୟ ହୋଇଯାଇଥିଲେ। କଏନ୍‌ ଗୁଡିକୁ ଫଟୋ ଫ୍ରେମ୍‌ କରି ରଖିବେ ବୋଲି ସେ କହିଛନ୍ତି।

Share