ଭାରତକୁ କେବେ ମିଳିଥିଲା ପ୍ରଥମ ଓସ୍କାର ଆଓ୍ବାର୍ଡ ?

ମୁମ୍ବାଇ: ୯୫ ତମ ଓସ୍କାର ଆଓ୍ବାର୍ଡ ସୋମବାର ଘୋଷଣା କରାଯାଇଛି। ଯେଉଁଥିରେ ଭାରତକୁ ଦୁଇଟି ପୁରସ୍କାର ମିଳିଛି। ରାଜାମୌଲିଙ୍କ ସୁପରହିଟ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍‌’ ନାଟୁ-ନାଟୁ ଗୀତ ବେଷ୍ଟ ଅରିଜିନାଲ ସଙ୍ଗ୍‌ରେ ଓସ୍କାର ପୁରସ୍କାର ଲାଭ କରିଛି। ସେହିପରି ‘ଦ ଏଲିଫ୍ୟାଣ୍ଟ ହ୍ବିସପର୍ସ’ ବେଷ୍ଟ ଡକ୍ୟୁମେଣ୍ଟାରୀ ଶର୍ଟ ଫିଲ୍ମ ଭାବେ ଓସ୍କାର ଆଓ୍ବାର୍ଡ ଜିତିଛି। ହେଲେ ଏ ସବୁ ମଧ୍ୟରେ ଜାଣିଛନ୍ତି କି, ଭାରତକୁ କେବେ ପ୍ରଥମ ଓସ୍କାର ଆଓ୍ବାର୍ଡ ମିଳିଥିଲା।
ସୂଚନାଯୋଗ୍ୟ, ୧୯୮୩ ମସିହାରେ ଭାରତ ପ୍ରଥମ ଓସ୍କାର ଆଓ୍ବାର୍ଡ ହାତେଇଥିଲା। ୧୯୮୩ରେ ମୁକ୍ତିଲାଭ କରିଥିବା ‘ଗାନ୍ଧୀ’ ଚଳଚ୍ଚିତ୍ର ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଫିଲ୍ମରେ ଭାନୁ ଅଥେୟା ଜନ ମୋଲୋଙ୍କ ସହ କଷ୍ଟ୍ୟମ ଡିଜାଇନ୍‌ କରିଥିଲେ। ଯେଉଁଥିପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିଲା।

Share