ବାଜପେୟୀଙ୍କ ମନ ଦୁଃଖ ଥିବା ଦେଖି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କ୍ଲାସ୍‌ ନେଇଥିଲେ ଏହ ପ୍ରସିଦ୍ଧ ଅଭିନେତା

ହିନ୍ଦୀ ସିନେମାର ମହାନ କଳାକାର ଦିଲୀପ କୁମାରଙ୍କ ୯୮ ବର୍ଷରେ ପରଲୋକ ଘଟିଛି। ପାକିସ୍ତାନରେ ଜନ୍ମଗ୍ରହଣ କରିଥିବା ଦିଲୀପ କୁମାରଙ୍କୁ କେବଳ ଭାରତରେ ନୁହେଁ, ପାକିସ୍ତାନରେ ପ୍ରସିଦ୍ଧ ଥିଲେ। ସେ ଉଭୟ ଦେଶର ସମ୍ପର୍କ ଉପରେ ନଜର ରଖିଥିଲେ। ଥରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଦୁଃଖୀ ଦେଖି ତତ୍କାଳୀନ ପାକିସ୍ତାନ ପ୍ରଧାନମନ୍ତ୍ରୀ ନଓ୍ବାଜ୍‌ ସରିଫ୍‌ଙ୍କୁ ଫୋନ କରି ଗାଳି କରିଥିଲେ। ବାଜପେୟୀ ଏବଂ ଦିଲୀପ କୁମାରଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା।
ଏହି ଘଟଣାକୁ ପାକିସ୍ତାନର ପୂର୍ବତନ ବିଦେଶ ମନ୍ତ୍ରୀ ଖୁର୍ସିଦ କସୁରୀ ନିଜ ପୁସ୍ତକ ‘ନାଇଦର୍‌ ଏ ହକ୍‌ ନର୍‌ ଏ ଡୋଭ୍‌’ରେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଥମେ ମୁଁ ନଓ୍ବାଜ ସରିଫଙ୍କ ସହ ଥିଲି। ଏହି ସମୟରେ ଏକ ଫୋନ କଲ୍‌ ଆସିଥିଲା। ସେଥିରେ କୁହାଯାଇଥିଲା ଭାରତର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ନଓ୍ବାଜ୍‌ ସରିଫ୍‌ଙ୍କ ସହ କଥା ହେବାକୁ ଚାହୁଁଚନ୍ତି। ଫୋନ୍‌ରେ ବାଜପେୟୀ କହିଥିଲେ, ଆମେ ତ ଲାହୋରକୁ ବନ୍ଧୁତ୍ୱର ବାର୍ତ୍ତା ଆଣିଥିଲୁ, କିନ୍ତୁ ତୁମେ ପ୍ରତିବଦଳରେ ଆମକୁ କାରଗିଲ୍‌ ଯୁଦ୍ଧ ଦେଇଥିଲ। ଏତିକି କହିବା ପରେ ବାଜପେୟୀ ଦିଲୀପ କୁମାରଙ୍କୁ ଫୋନ୍‌ ଦେଇଥିଲେ। ତାଙ୍କ ସ୍ବର ଶୁଣି ନଓ୍ବାଜ୍‌ ସରିଫ୍‌ ଭୟଭୀତ ହୋଇପଡିଥିଲେ। ଦିଲୀପ କୁମାର ତାଙ୍କୁ ରାଗିକି କହିଥିଲେ, ମିୟାଁ ସାହେବ, ଆପଣ ସବୁବେଳେ ଦୁଇ ଦେଶ ମଧ୍ୟରେ ଶାନ୍ତିର ଏକ ବଡ ଓକିଲାତି କରିଛନ୍ତି, ଆମେ ଆପଣଙ୍କଠାରୁ ଏମିତି ଆଶା କରି ନ ଥିଲୁ। ଚାପ ସମୟରେ ଭାରତୀୟ ମୁସଲମାନମାନେ ଅତ୍ୟଧିକ ଅସୁରକ୍ଷିତ ହୋଇପଡନ୍ତି। ତେଣୁ ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କିଛି କରନ୍ତୁ। ଏଭଳି ବ୍ୟକ୍ତି ଥିଲେ ଦିଲୀପ କୁମାର। ତାଙ୍କୁ ପରଲୋକ କେବଳ ଫିଲ୍ମ ଜଗତ ପାଇଁ ନୁହେଁ, ଦେଶ ପାଇଁ ମଧ୍ୟ ବଡ଼ କ୍ଷତି।

Share