‘ହାତୀଙ୍କ ଝଗଡ଼ା ହେଲେ ଘାସ ହିଁ କଷ୍ଟ ପାଏ’

ନୂଆଦିଲ୍ଲୀ: ସୁପରଷ୍ଟାର ଗୋବିନ୍ଦା ଓ ଭଣଜା କୃଷ୍ଣା ଅଭିଷେକଙ୍କ ମଧ୍ୟରେ ଚାଲିଥିବା ଝଗଡ଼ାରେ ବଳି ପଡ଼ିଛନ୍ତି ଅଭିନେତ୍ରୀ ଆରତି ସିଂ। ନିକଟରେ ଗୋବିନ୍ଦା ତାଙ୍କ ସହ କଥା ବନ୍ଦ କରି ଦେଇଥିବା କୃଷ୍ଣାଙ୍କ ଭଉଣୀ ଆରତୀ କହିଛନ୍ତି।

ଆରତୀ କହିଛନ୍ତି, ହାତୀମାନଙ୍କ ମଧ୍ୟରେ ଝଗଡ଼ା ହେଲେ ବିଚରା ଘାସକୁ ହିଁ କଷ୍ଟ ସହିବାକୁ ପଡ଼ିଥାଏ। ଯାହାବି ହୋଇଛି ତାଙ୍କୁ ଏବେ ସାମ୍ନା କରିବାକୁ ପଡିବ। ଏହି କମେଣ୍ଟଟି ଉଭୟ ଗୋବିନ୍ଦା ଓ କୃଷ୍ଣାଙ୍କ ପାଇଁ ବୋଲି ସେ ଏକ ସାକ୍ଷାତକାରରେ କହିଛନ୍ତି। ଗୋବିନ୍ଦା ତାଙ୍କୁ କ୍ଷମା କରିବା ଉଚିତ୍‌ ବୋଲି ଆରତୀ ପ୍ରକାଶ କରିଛନ୍ତି।

ସୂଚନା ଅନୁସାରେ, କିଛି ବର୍ଷ ପୂର୍ବରୁ କୃଷ୍ଣାଙ୍କ ପ୍ରୋଗ୍ରାମରେ ଗୋବିନ୍ଦା ଓ ତାଙ୍କ ପତ୍ନୀ ଇନ୍‌ଭାଇଟ ହୋଇ ଆସିଥିଲେ। ସେଠାରେ କୃଷ୍ଣାଙ୍କ ସ୍ତ୍ରୀ ସେମାନଙ୍କୁ ଟଙ୍କା ପାଇଁ ନାଚୁଥିବା କହିଥିଲେ। ୨୦୧୯ର ଏକ ସାକ୍ଷାତକାରରେ କୃଷ୍ଣା ଓ ତାଙ୍କ ସ୍ତ୍ରୀ ସୁନିତା ସେମାନଙ୍କୁ କ୍ଷମା ମାଗିବା ସହ ଭୁଲ ଥିବା ସ୍ବୀକୀର କରିଥିଲେ। ଦୁଇ ବର୍ଷ ତଳେ ସେମାନଙ୍କୁ ସେହି ଘଟଣା ପାଇଁ କ୍ଷମା କରି ଭୁଲ କରିଥିଲେ ବୋଲି ଗୋବିନ୍ଦା କହିଛନ୍ତି। ଏଥର କିନ୍ତୁ କୌଣସି ସୁଯୋଗ ନ ଦେବାକୁ କହିଛନ୍ତି।

Share