ଖରାପ ସମୟ ଦେଇ ଗତି କରୁଥିଲେ ନିହାତି ଜାଣନ୍ତୁ ଚାଣକ୍ୟଙ୍କ ଏହି ୩ କଥା, ମାନିଲେ….

ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କ ମହାମନ୍ତ୍ରୀ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ସେ ନିଜର ଚିନ୍ତାଧାରା ଏବଂ କୁଶଳ ରଣନୀତି ଯୋଗୁ ଚନ୍ଦ୍ରଗୁପ୍ତଙ୍କୁ ସୁଶାସକ ଭାବେ ପ୍ରତିଷ୍ଠିତ କରାଇବାରେ ସହାୟତା କରିଥିଲେ। ଚାଣକ୍ୟ ରାଜନୀତି ସହ କୁଟନୀତିରେ ପାରଙ୍ଗମ ଥିଲେ। ସେ ଜୀବନରେ ନିଜର ଅଭିଜ୍ଞତା ଏବଂ ଅନୁଭବକୁ ନେଇ ନୀତିଶାସ୍ତ୍ର ରଚନା କରିଥିଲେ। ଏଥିରେ ବର୍ଣ୍ଣିତ ନୀତିଗୁଡ଼ିକ ମନୁଷ୍ୟ ଜୀବନ ପାଇଁ ଗୁରୁତ୍ୱପୂର୍ଣ୍ଣ।

ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ କିଭଳି ଖରାପ ସମୟ ଏବଂ ବିପଦର ସମ୍ମୁଖୀନ ହୋଇପାରି ବିଜେତା ହେବ ସେ ନେଇ ପ୍ରକାଶ କରିଛନ୍ତି। ଯେପରିକି:

ଧୌର୍ଯ୍ୟ ହାରନ୍ତୁ ନାହିଁ:
ଚାଣକ୍ୟ କୁହନ୍ତି, ବିପଦ କିମ୍ବା ଖରାପ ସମୟ ଆସିଲେ ବିଚଳିତ ହୁଅନ୍ତୁ ନାହିଁ। ନିଜର ଶୁଭଚିନ୍ତକ ଏବଂ ପରିବାରଲୋକଙ୍କ ସହ ରୁହନ୍ତୁ। ଧୌର୍ଯ୍ୟ ହାରନ୍ତୁ ନାହିଁ। ନିଜର ଉପସ୍ଥିତ ବୁଦ୍ଧି ଏବଂ ଶୁଭଚିନ୍ତକଙ୍କ ସହ ରହିଲେ କୌଣସି ସଙ୍କଟମୟ ପରିସ୍ଥିତିର ମୁକାବିଲା କରିହେବ। ଏହାଛଡ଼ା ଧୌର୍ଯ୍ୟର ସହ କାର୍ଯ୍ୟ କଲେ ଖରାପରୁ ଖରାପ ସମୟରୁ ମୁକୁଳିହେବ ବୋଲି ସେ କହିଛନ୍ତି।

ସକରାତ୍ମକ ଚିନ୍ତାକୁ ଆପଣାନ୍ତୁ:
ଚାଣକ୍ୟ କୁହନ୍ତି, ଖରାପ ସମୟରେ ନିଜର ଚିନ୍ତାଧାରାକୁ ସକରାତ୍ମକ ରଖନ୍ତୁ। ସେତେବେଳେ ଭାବନ୍ତୁ ନାହିଁ ଯେ ଜଣେ ଏକୁଟିଆ ବ୍ୟକ୍ତି ବିପଦ ବେଳେ କ’ଣ କରିପାରିବ। ଯଥାସମ୍ଭବ ସମସ୍ତ ଶକ୍ତି ଲଗାଇ ପରିସ୍ଥିତିର ସାମ୍ନା କରନ୍ତୁ। କାରଣ ନଡରି ସାହସ ବାନ୍ଧି ଲଢ଼ିଥିବା ବ୍ୟକ୍ତିର ହିଁ ଜିତାପଟ ହୋଇଥାଏ।

ଲଢ଼ିବା ପାଇଁ ରଣନୀତି ପ୍ରସ୍ତୁତ କରନ୍ତୁ:
ଚାଣକ୍ୟ କୁହନ୍ତି, ବିପଦ ବେଳେ ତାର କାରଣ ଏବଂ ନିବାରଣ ବିଷୟରେ ଆତ୍ମସମୀକ୍ଷା କରନ୍ତୁ। ଏହାକୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରନ୍ତୁ। ରଣନୀତି ସ୍ଥିର କରିବା ପରେ ପ୍ରହାର କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

କଲରା ଖାଉଥିଲେ…

କଲରାର ସ୍ବାଦ ପିତା, ହେଲେ ଏଥିରେ ଅନେକ ଉପକାରୀ ଗୁଣ ଭରି ରହିଛି। ବିଶେଷଭାବରେ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହା କେତେ ଲାଭପ୍ରଦ ତାହା ପ୍ରାୟ...

କୃତ୍ରିମ ରକ୍ତ

୧୬୧୬ ମସିହାରେ ୱିଲିୟମ ହାର୍ଭିଙ୍କ ଦ୍ୱାରା ରକ୍ତ ସଞ୍ଚାଳନ ପଥ ଆବିଷ୍କାର ହେବା ପରେ ଅନେକ ଗବେଷକ ଏବଂ ଡାକ୍ତର-ବୈଜ୍ଞiନିକମାନେ ବିଭିନ୍ନ ତରଳ ପଦାର୍ଥ ଯଥା...

ଓଜୋନ ସୁରକ୍ଷା, ଜୀବନ ରକ୍ଷା

ଆମ ପୃଥିବୀ ଗ୍ରହରେ ଜୀବନ ସଞ୍ଚାର ହେବା ପଛରେ ଗୋଟିଏ ପ୍ରମୁଖ କାରଣ ହେଲା ଏହାର ଊର୍ଦ୍ଧ୍ୱ ବାୟୁମଣ୍ଡଳରେ ଥିବା ଓଜୋନ ମଣ୍ଡଳ। ଏହା ମହାକାଶରୁ...

ମୁଖ ଦୁର୍ଗନ୍ଧ ହେଉଛି କି?

ଅନେକଙ୍କଠାରେ ମୁଖରୁ ଦୁର୍ଗନ୍ଧ ବାହାରିବା ସମସ୍ୟା ଦେଖାଯାଇଥାଏ। ବେଳେବେଳେ ଏହି ସମସ୍ୟା ସେମାନଙ୍କୁ ଅନେକ ଅସୁବିଧାରେ ପକାଇଥାଏ। କାହା ସହ କଥା ହେଲାବେଳେ ସେମାନଙ୍କୁ ବେଶ୍‌...

ଭୁଲ୍‌ରେ ବି ଏହି ଦିନ ପାଦରୁ କାଢ଼ନ୍ତୁନି ପୁରୁଣା ଝୁଣ୍ଟିଆ

ଭାରତୀୟ ସଂସ୍କୃତିରେ ବିବାହିତା ମହିଳା ପାଦ ଆଙ୍ଗୁଠିରେ ରୁପାର ଝୁଣ୍ଟିଆ ପିନ୍ଧିବାର ପରମ୍ପରା କାହିଁ କେଉଁକାଳରୁ ଚାଲିଆସିଛି। କାରଣ ରୁପାର ସମ୍ପର୍କ କୁଆଡ଼େ ଚନ୍ଦ୍ର ଊର୍ଜା...

ଯୋଗ ଓ ମାନସିକ ସ୍ବାସ୍ଥ୍ୟ

ଯୋଗ ଆମର ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଶାରୀରିକ ବ୍ୟାୟାମ ବିଭିନ୍ନ ଶାରୀରିକ ଓ ମାନସିକ ସମସ୍ୟାକୁ ଭଲ କରିବାରେ ସାହାଯ୍ୟ...

ଲୁଣ-ହୀରା-ବ୍ରାଗ୍‌ ନିୟମ

କ୍ଷୁଦ୍ରାତି କ୍ଷୁଦ୍ର ଅଣୁ-ପରମାଣୁକୁ ନେଇ ପଦାର୍ଥ ଗଠିତ ହୋଇଥାଏ। ସବୁ ପଦାର୍ଥରେ ନ ହେଲେ ବି କେତେକ ପଦାର୍ଥ ଭିତରେ ସେହି ଅଣୁ-ପରମାଣୁଗୁଡ଼ିକ ସୁନ୍ଦର ଭାବରେ...

ଫିଟ୍‌ ରହିବା ପାଇଁ…

ବର୍ତ୍ତମାନ ଯୁବାବସ୍ଥାରୁ ଅନେକଙ୍କ ଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଛି। ଫିଟ୍‌ ଏବଂ ଏନର୍ଜେଟିକ୍‌ ରହିବା ବୟସରେ ଏପରି ସମସ୍ୟା ଦେଖା ଦେବାର ମୁଖ୍ୟ କାରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri