ସ୍ତ୍ରୀଙ୍କୁ ଛାଡ଼ି ରାଣୀ ମୁଖାର୍ଜୀଙ୍କ ସହ ରହିବାକୁ ଚାଲିଯାଇଥିଲେ ଏହି ସୁପରଷ୍ଟାର! ଭାଙ୍ଗୁ ଭାଙ୍ଗୁ ରହିଥିଲା…

ବମ୍ବେ: ବଲିଉଡ୍ର ଲୋକପ୍ରିୟ ନାୟକଙ୍କ ମଧ୍ୟରୁ ଗୋବିନ୍ଦା ଜଣେ। ତାଙ୍କର ଅଭିନୟ ସାଙ୍ଗକୁ ନୃତ୍ୟକୁ ଆଜି ବି ଦର୍ଶକେ ପସନ୍ଦ କରନ୍ତି। ଦୀର୍ଘଦିନ ଧରି ବଡ ପରଦାରୁ ଦୂରେଇ ରହିବା ପରେ ନିକଟରେ ସେ ଫିଲ୍ମ ‘ଆ ଗୟା ହିରୋ’ରେ ନଜର ଆସିଥିଲେ। ଫିଲ୍ମଟି ଆଶା ମୁତାବକ ରୋଜଗାର କରିପାରି ନ ଥିଲା। ହେଲେ ଏପରି ସମୟ ଥିଲା ଯେତେବେଳେ ଗୋବିନ୍ଦା ଷ୍ଟାର୍‌ଡମ୍‌କୁ ନେଇ ଚର୍ଚ୍ଚାରେ ରହୁଥିଲେ।

ସଂଘର୍ଷ ଦିନରେ ସେ ସୁନିତାଙ୍କୁ ବିବାହ କରିନେଇଥିଲେ। ବିବାହ ପରେ ତାଙ୍କର ଗୋଟିଏ ପରେ ଗୋଟିଏ ଫିଲ୍ମ ହୋଇଥିଲା ହିଟ୍‌। ବାସ୍‌ ସେ ଧିରେ ଧିରେ ହିରୋରୁ ସୁପରଷ୍ଟାର ପାଲଟିଯାଇଥିଲେ। ଏହି ସମୟ ମଧ୍ୟରେ ରାଣୀ ମୁଖାର୍ଜୀଙ୍କ ସହ ତାଙ୍କର ସମ୍ପର୍କ ନେଇ ଖବର ଶୁଣିବାକୁ ମିଳିଥିଲା।

୨୦୦୦ରେ ରିଲିଜ୍‌ ହୋଇଥିଲା ଚଳଚ୍ଚିତ୍ର ‘ହଦ୍‌ କର୍‌ ଦି ଆପ୍‌ନେ’। ଏଥିରେ ଗୋବିନ୍ଦାଙ୍କ ବିପକ୍ଷରେ ନାୟିକା ସାଜିଥିଲେ ରାଣୀ। ଶୁଟିଂ ସମୟରେ ଉଭୟ ଉଭୟଙ୍କ ନିକଟତର ହୋଇଥିଲେ। ଗୋବିନ୍ଦାଙ୍କ ଅଭିନୟ ସହ ମଜାଳିଆ ସ୍ବଭାବକୁ ରାଣୀ ପସନ୍ଦ କରିଥିଲେ। ସମ୍ପର୍କ ଆଗକୁ ବଢ଼ିବା ପରେ ସେ ନିଜ ପରିବାରକୁ ଛାଡ଼ି ରାଣୀଙ୍କ ସହ ରହିଥିଲେ। ଏପରିକି ଗୋବିନ୍ଦା ରାଣୀଙ୍କୁ ଫ୍ଲାଟ୍‌, କାର୍‌ ଏବଂ ହୀରାର ଗହଣା ଉପହାରରେ ଦେଇଥିବା କୁହାଯାଏ।

ରାଣୀଙ୍କ ସହ ଏଭଳି ସମ୍ପର୍କକୁ ନେଇ ସୁନିତା ବିବ୍ରତ ହୋଇଯାଇଥିଲେ। ସେ କଥିତ ଭାବେ ସ୍ବାମୀଙ୍କଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଗୋବିନ୍ଦା ବୈବାହିକ ଜୀବନ ଭାଙ୍ଗିବାକୁ ଚାହୁଁ ନ ଥିଲେ। ଏଣୁ ସେ ରାଣୀଙ୍କଠାରୁ ଦୂରେଇ ଯାଇଥିଲେ ବୋଲି ଚର୍ଚ୍ଚା ହୋଇଥାଏ।

Share