Categories: ଖେଳ

ଅମ୍ପାୟରଙ୍କ ଉପରେ ରାଗିଗଲେ ହରମନପ୍ରୀତ, କଲେ ଏମିତି କାମ

ଢାକା,୨୩।୭: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ତୃତୀୟ ମ୍ୟାଚ ଟାଇ ହୋଇଛି। ଏହି ମ୍ୟାଚରେ ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର ଅମ୍ପାୟାରଙ୍କ ଉପରେ ରାଗି ନିଜ ବ୍ୟାଟ୍‌କୁ ଷ୍ଟମ୍ପ ଉପରେ ମାରିଥିଲେ।
ଏହି ମ୍ୟାଚରେ ୨୨୬ ରନ ପିଛା କରୁଥିବା ଭାରତୀୟ ଦଳ ଅଧିନାୟକ ହରମନପ୍ରୀତଙ୍କ ରୂପରେ ଚତୁର୍ଥ ଉଇକେଟ ହରାଇଥିଲେ। ଏହି ଉଇକେଟ ୩୪ତମ ଓଭରର ଚତୁର୍ଥ ବଲରେ ପଡିଥିଲା। ହରମନପ୍ରୀତ ଏକ ସ୍ବିପ ସଟ ଖେଳିବାକୁ ଚେଷ୍ଟା କରିଥିଲେ, କିନ୍ତୁ ବଲ ତାଙ୍କ ପ୍ୟାଡ ବାଜିଥିଲା। ବୋଲର ନହିଦା ଅଖତର ଅପିଲ୍‌ କରିଥିଲେ ଏବଂ ଅମ୍ପାୟାର ତାଙ୍କୁ ଏଲବିଡବ୍ଲୁ ଘୋଷଣା କରିଥିଲେ। ଅମ୍ପାୟାରଙ୍କ ନିଷ୍ପତ୍ତିରେ ହରମନପ୍ରୀତ ସମ୍ପୂର୍ଣ୍ଣ ଅସନ୍ତୁଷ୍ଟ ଦେଖାଯାଉଥିଲେ।
ସେ ପାଭିଲିୟନକୁ ଫେରିବା ପୂର୍ବରୁ ଷ୍ଟମ୍ପରେ ନିଜ ବ୍ୟାଟ୍‌ ପ୍ରହାର କରିଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହା ବ୍ୟତୀତ ସେ ପାଭିଲିୟନକୁ ଫେରିବାବେଳେ ଅମ୍ପାୟାରଙ୍କୁ ମଧ୍ୟ କିଛି କହିଥିଲେ। ହରମନପ୍ରୀତ ୨ ଚୌକା ସହାୟତାରେ ୨୧ ବଲରେ ୧୪ ରନ ଖେଳିଥିଲେ।
ମ୍ୟାଚ ପରେ ଅମ୍ପାୟାରଙ୍କ ବିଷୟରେ ହରମନପ୍ରୀତ କହିଛନ୍ତି, ମୁଁ ଭାବୁଛି ଏହି ମ୍ୟାଚରୁ ଆମକୁ ଅନେକ କିଛି ଶିଖିବାକୁ ଅଛି। ଏହି ମ୍ୟାଚ୍‌ରେ ଅମ୍ପାୟାରିଂ ଦେଖି ଆମେ ଆଶ୍ଚର୍ଯ୍ୟ ହୋଇଗଲୁ।

Share