ସଜନାଗଡ,୯।୭: ନିଛାଟିଆ ଜାଗାରେ ଏକ ବାଇକ୍ ଛିଡ଼ା ହୋଇଥିବା ବେଳେ ଗାଡ଼ି ନିକଟରେ କେହି ନ ଥିବା ଦେଖି ରାତି ଅଧରେ ଗାଁ ଲୋକଙ୍କ ସନ୍ଦେହ ହୋଇଥିଲା। ଚତୁରତାର ସହ ଗ୍ରାମର କିଛି ଯୁବକ ଗାଡ଼ିକୁ ଜଗି ବସିଥିଲେ। ରାତି ପ୍ରାୟ ୩ଟା ବେଳେ ଗାଁର ଅନ୍ୟ ଏକ ସ୍ଥାନରୁ ଅଜଣା ଯୁବକଙ୍କୁ ପାଇଲା ପରେ ଏକ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ପକାଇଥିଲେ।
ସୂଚନା ଅନୁସାରେ ନୀଳଗିରି ଥାନା ଦକ୍ଷିଣ କୁଅଁରପୁର ଗ୍ରାମରେ ବହୁବାର ଛେଳି ଓ ସାଇକେଲ ଚୋରି ହେଉଥିଲା। ଗୁରୁବାର ରାତିରେ ଗାଁର ଏକ ନିଛାଟିଆ ସ୍ଥାନରେ ଏକ ବାଇକ ଛିଡ଼ା ହୋଇଥିବାରୁ ଗ୍ରାମବାସୀଙ୍କ ମନରେ ସନ୍ଦେହ ହୋଇଥିଲା । ଶେଷରେ ରାତିତମାମ ବାଇକକୁ ଗ୍ରାମବାସୀ ଜଗି ବସିଥିଲେ । ରାତି ପ୍ରାୟ ୩ଟା ବେଳେ ଜଣେ ଅଜଣା ଯୁବକଙ୍କୁ ଗାଁରୁ ଠାବ କରାଯାଇଥିଲା। ଛେଳି ଚୋର ସନ୍ଦେହରେ ଯୁବକଙ୍କୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ରଖିଥିଲେ। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ।