Categories: ଖେଳ

ଲାଇଭ୍‌ ମ୍ୟାଚ୍‌ରେ ଏହି ଖେଳାଳିଙ୍କ ସହ ପଡ଼ିଆରେ ପ୍ରବଳ ଝଗଡ଼ା କଲେ ଗୌତମ ଗମ୍ଭୀର: ଭିଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୭।୧୨: ଗୌତମ ଗମ୍ଭୀର ପ୍ରାୟତଃ ପଡ଼ିଆରେ ଖେଳାଳିଙ୍କ ସହ ସଂଘର୍ଷ କରୁଥିବା ଦେଖାଯାଏ। ଆଇପିଏଲ ୨୦୨୩ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ପାଇଁ ମେଣ୍ଟର ଭୂମିକାରେ ଥିବା ଗମ୍ଭୀର ଆରସିବିର ବିରାଟ କୋହଲିଙ୍କ ସହ ଝଗଡ଼ା କରିଥିଲେ। ଆଜିକାଲି ଖେଳାଯାଉଥିବା ଲିଜେଣ୍ଟ୍ସ ଲିଗରେ ଗୌତମ ଗମ୍ଭୀର ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଏସ ଶ୍ରୀସନ୍ତଙ୍କ ସହ ଝଗଡ଼ା କରିଛନ୍ତି।
ଗୌତମ ଗମ୍ଭୀର ଏବଂ ଶ୍ରୀସନ୍ତଙ୍କ ମଧ୍ୟରେ ଝଗଡ଼ାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ଏହି ଟୁର୍ଣ୍ଣାମେଣ୍ଟରେ ଗମ୍ଭୀର ଇଣ୍ଡିଆ କ୍ୟାପିଟଲ୍ସର ନେତୃତ୍ୱ ନେଉଥିବାବେଳେ ଏସ ଶ୍ରୀସନ୍ତ ଗୁଜରାଟ ଜିଆଣ୍ଟସର ଅଂଶ ଅଟନ୍ତି। ଭାଇରାଲ ଭିଡିଓରେ ଦେଖିବାକୁ ମିଳେ, ଗମ୍ଭୀର ଏବଂ ଶ୍ରୀସନ୍ଥ ମ୍ୟାଚ ସମୟରେ ପରସ୍ପରର ନିକଟତର ହୁଅନ୍ତି। ଦୁହିଁଙ୍କ ମଧ୍ୟରେ କିଛି କଥାକୁ ନେଇ ଝଗଡ଼ା ହୋଇଥିଲା। ଅମ୍ପାୟାରମାନେ ଆସି ଦୁଇଜଣଙ୍କୁ ଅଲଗା କରନ୍ତି। ଅମ୍ପାୟାରମାନେ ହସ୍ତକ୍ଷେପ କରିବା ପରେ ମଧ୍ୟ ଉଭୟ ପରସ୍ପରକୁ କିଛି କହୁଥିବାର ନଜର ଆସିଛନ୍ତି। ଶ୍ରୀସନ୍ତଙ୍କ ଦଳର ଖେଳାଳିମାନେ
ଏହି ଘଟଣା ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହୋଇଛି।

Share