Advertisement

ନାମ ଯଜ୍ଞ ଦେଖି ଫେରିଲା ବେଳକୁ ନ ଥିଲା ଗାଡ଼ି

ଭଞ୍ଜନଗର,୨୧।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ବ୍ରାହ୍ମଣପଦର ଗ୍ରାମରୁ ଗୁରୁବାର ରାତିରେ ଏକ ବାଇକ ଚୋରି ହୋଇଛି। ଏ ନେଇ ହରିଗଡ ଗ୍ରାମର ଦିଲ୍ଲୀପ ଗୌଡ ଥାନାରେ ଘଟଣା ସମ୍ପର୍କରେ ଅଭିଯୋଗ କରିଛନ୍ତି। ପୋଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଘଟଣାରୁ ପ୍ରକାଶ ଯେ, ଦିଲ୍ଲୀପ ଗତକାଲି ରାତିରେ ବ୍ରାହ୍ମଣପଦର ଗ୍ରାମକୁ ନିଜ ବାଇକରେ ନାମ ଯଜ୍ଞ ଦେଖିବାକୁ ଯାଇଥିଲେ। ନାମ ଯଜ୍ଞ ଦେଖି ଫେରି ଦେଖିବା ବେଳକୁ ସେ ଯେଉଁଠି ଗାଡ଼ି ରଖିଥିଲେ ଆଉ ଗାଡ଼ି ନାହିଁ। ଏହାପରେ ସେ ଥାନାରେ ଅଭିଯୋଗ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel