ଫେରିଲେ ମୁଁ ତୁମର

କେତେବେଳେ ନାୟକ ତ କେତେବେଳେ ଖଳନାୟକ, ପୁଣି ତାଙ୍କୁ ଦେଖିବାକୁ ମିଳିଛି ଚରିତ୍ର ଅଭିନେତା ଭାବରେ। ହେଲେ ଏଥର ଆଉ ଏକ କ୍ଷେତ୍ରରେ ସେ ପାଦ ରଖିଛନ୍ତି। ତାହା ହେଲା ଚଳଚ୍ଚିତ୍ର ପ୍ରଯୋଜନା ଏବଂ କାହାଣୀ ରଚନା। ନିଜସ୍ବ କାହାଣୀକୁ ନେଇ ସେ ନିର୍ମାଣ କରିବାକୁ ଯାଉଛନ୍ତି ଗୋଟିଏ ଓଡ଼ିଆ ଚଳଚ୍ଚିତ୍ର, ଯାହାର ଶୀର୍ଷକ ରହିଛି ‘ଫେରିଲେ ମୁଁ ତୁମର’। ହଁ, ସେ ହେଲେ ‘ଜୟ ଶ୍ରୀରାମ’ ସିନେମାରୁ ନାୟକ ସାଜି ‘ପ୍ରେମ ରୋଗୀ’ରେ ଏକ ଭିନ୍ନ ଭୂମିକା ଲାଗି ଚର୍ଚ୍ଚିତ ବବି ମିଶ୍ର। ହୋମ୍‌ ବ୍ୟାନର ବବି ମିଶ୍ର ଫିଲ୍ମସରେ ସେ ପ୍ରସ୍ତୁତ କରୁଛନ୍ତି ଏହି ସିନେମାଟି, ଯାହାର ମହୁରତ ନିକଟରେ ଅନୁଷ୍ଠିତ ହୋଇଯାଇଛି। କାହାଣୀକୁ ଆଧାର କରି ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଛନ୍ତି ଆଗଧାଡ଼ିର ସଂଳାପକାର ଡ. ରଜନୀ ରଞ୍ଜନ। ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିବେ ସମ୍ବିତ ଏବଂ ତୃପ୍ତି। କେବଳ ସେତିକି ନୁହେଁ, ବବିଙ୍କୁ ମଧ୍ୟ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଫିଲ୍ମରେ ସଂଯୋଜିତ ଗୀତଗୁଡିକୁ ସ୍ବର ଦେଇଛନ୍ତି ବି.ଏମ.କେ.। ଏହାର ଏକ୍‌ଜିକ୍ୟୁଟିଭ ପ୍ରଯୋଜକ ଅଛନ୍ତି ଟୁନା ଦ୍ୱିବେଦୀ।

Share