Categories: ଖେଳ

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ କେବେ? କେବେ, କେଉଁଠି ଦେଖିବେ ପ୍ରସାରଣ ଜାଣନ୍ତୁ…

ନୂଆଦିଲ୍ଲୀ,୧୮।୭: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ୨ୟ ମୁକାବିଲା ବିଶାଖାପାଟନମ୍‌ରେ ଖେଳାଯିବ। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଟିମ୍‌ କ୍ରମାଗତ ଦ୍ୱିତୀୟ ମ୍ୟାଚ୍‌ ଜିତି ସିରିଜ ଉପରେ କବ୍ଜା କରିବା ଲକ୍ଷ୍ୟରେ ଓହ୍ଲାଇବ। ସେହିଭଳି ଷ୍ଟିଭ୍‌ ସ୍ମିଥଙ୍କ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆ ଦଳରେ ସିରିଜରେ ରହିବା ଉଦ୍ଦେଶ୍ୟରେ ମଇଦାନକୁ ଓହ୍ଲାଇବ।

ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ପାରିବାରିକ କାରଣରୁ ବିରତି ନେଇଥିବା ରୋହିତ ଫେରିବେ। ପ୍ରଥମ ମ୍ୟାଚ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଟିମ୍‌ ଇଣ୍ଡିଆ ବିଜେତା ହୋଇଥିବା ବେଳେ ରୋହିତଙ୍କ ପ୍ରତ୍ୟାବର୍ତ୍ତନ ପରେ ନିଶ୍ଚିତ ଭାବେ ଭାରତୀୟ ଟିମ୍‌ରେ ପରିବର୍ତ୍ତନ ଆସିବ। ଇଶାନ କିଷନଙ୍କୁ ବାଦ ଦିଆଯିବ। ମୁମ୍ବାଇରେ ମ୍ୟାଚ ଜିତିଥିବା ଇନିଂସ ଖେଳିବା ପରେ କେଏଲ୍‌ ରାହୁଲ ଦ୍ୱିତୀୟ ଦିନିକିଆ ପାଇଁ ତାଙ୍କ ସ୍ଥାନ ପକ୍କା କରିଛନ୍ତି। ଏହା ବ୍ୟତୀତ ମୁମ୍ବାଇରେ ଉଭୟ ବୋଲିଂ ଏବଂ ବ୍ୟାଟିଂରେ ବିଫଳ ହୋଇଥିବା ଶାର୍ଦ୍ଦୁଳ ଠାକୁରଙ୍କ ସ୍ଥାନରେ ୱାଶିଂଟନ ସୁନ୍ଦର ସୁଯୋଗ ପାଇପାରନ୍ତି। ଅପରପକ୍ଷେ ପ୍ରଥମ ମ୍ୟାଚରେ କଡ଼ା ମୁକାବିଲା କରିଥିବା ଅଷ୍ଟ୍ରେଲିଆ ଦଳ କୌଣସି ପରିବର୍ତ୍ତନ ନକରି ଏହି ମ୍ୟାଚକୁ ଓହ୍ଲାଇବ।

-ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ କେଉଁଠାରେ ଖେଳାଯିବ?
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୩ ମ୍ୟାଚ ବିଶିଷ୍ଟ ସିରିଜର ଦ୍ୱିତୀୟ ଦିନିକିଆ ବିଶାଖାପାଟନମର ଓ୍ବାଇଏସ୍‌ଆର୍‌ ରେଡ୍ଡୀ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ।

-କେଉଁଠି ଦେଖିପାରିବେ?
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ ଷ୍ଟାର୍‌ ସ୍ପୋର୍ଟସର ବିଭିନ୍ନ ଚ୍ୟାନେଲରେ ସିଧା ପ୍ରସାରଣ ହେବ। ମ୍ୟାଚ ଦିନରାତି ହୋଇଥିବାରୁ ଅପରାହ୍ନ ୧.୩୦ରେ ଆରମ୍ଭ ହେବ। ମ୍ୟାଚ ଅଧ ଘଣ୍ଟା ପୂର୍ବରୁ ଟସ ପଡ଼ିବ।

-ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ ଲାଇଭ ଷ୍ଟ୍ରିମିଂକୁ କେଉଁଠାରେ ଦେଖିବେ?
ଡିଜନି ପ୍ଲସ ହଟଷ୍ଟାର ଆପ୍‌ରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆର ଲାଇଭ ଷ୍ଟ୍ରିମିଂ ଦେଖିପାରିବେ।

Share