ବର୍ଷାଦିନ ଆସିଲେ ବଦଳିଯାଏ ବାଣିଦା ଗାଁର ଚିତ୍ର

ଜଳେଶ୍ୱର, ୧୮ା୭(ରବିନାରାୟଣ ପାତ୍ର): ଜଳେଶ୍ୱର ବ୍ଲକ ସଦରମହକୁମା ଠାରୁ ୮ କି.ମି. ଦୂର ସୁଗୋ ପଞ୍ଚାୟତ ଅଧୀନ ବାଣିଦା ଗାଁର ଲୋକମାନେ ବିଭିନ୍ନ ସମସ୍ୟା ମଧ୍ୟରେ କାଳାତିପାତ କରୁଛନ୍ତି । ବର୍ଷା ଦିନ ଆସିଲେ ୫ହଜାର ଲୋକସଂଖ୍ୟା ବିଶିଷ୍ଟ ଏହି ଗାଁର ଚିତ୍ର ବଦଳିଯାଏ। ଲୋକମାନେ ଜଳବନ୍ଦୀରେ ରହୁଥିବା ବେଳେ ରାସ୍ତା ନ ଥିବାରୁ ପିଲାମାନେ ସ୍କୁଲକୁ ଯିବା ସମ୍ଭବ ହୋଇପାରେନାହିଁ। ପଶ୍ଚିମବଙ୍ଗର ଉଦ୍‌ବୃତ୍ତ ବର୍ଷାପାଣି ଓ ଜଳେଶ୍ୱର ସହରପଟୁ ବର୍ଷାପାଣି ଗଡିଆସି ଗାଁକୁ ଘେରି ରଖିଥାଏ । ପୂର୍ବରୁ ଏହି ପାଣି ନାମ୍ପୋ ଖାଳ ଦେଇ ନିଷ୍କାସିତ ହେଉଥିବା ବେଳେ ଏବେ ଏକପ୍ରକାର ବନ୍ଦ ହୋଇଛି ା ଫଳରେ ହଜାର ହଜାର ଏକର ଚାଷଜମି ପଡିଆ ପଡୁଛି  । ନିକଟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏକ ରାସ୍ତା ନିର୍ମାଣ ହେଉଥିଲେ ମଧ୍ୟ ତାର କଚ୍ଛପ ଅଗ୍ରଗତି ଏବଂ ମାନକୁ ଦେଖି ଯେ କେହି ବି ଅଙ୍ଗୁଳି ନିର୍ଦ୍ଦେଶ କରିବ । ସବୁ ସାହିକୁ ରାସ୍ତା ନ ଥିବାରୁ ବର୍ଷାଦିନେ ଲୋକମାନେ ଜଳବନ୍ଦୀ ଅବସ୍ଥାରେ ରୁହନ୍ତି । ରୋଗୀ ସେବା କିମ୍ବା ଆମ୍ବୁଲାନ୍ସ ଯିବା ସମ୍ଭବ ହୋଇପାରେନାହିଁ । ଏହି ଗାଁର ବହୁ ଗରିବ ଲୋକମାନେ ଆବାସ ଯୋଜନାରୁ ବଞ୍ଚିତ ରହିଛନ୍ତି । ଏ ସମ୍ପର୍କରେ କଂଗ୍ରେସ ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସଙ୍କ ସହିତ ପ୍ରତିନିଧି ଦଳ ବାଣିଦା ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଅବଗତ ହେବା ସହିତ ଗ୍ରାମ୍ୟ ଉନ୍ନୟନ ବିଭାଗର ଏସ୍‌ଡିଓ ଅବନୀ ରାଉତ ଓ ଠିକାଦାର ସୁବ୍ରତ ପଣ୍ଡାଙ୍କ ସହିତ ଆଲୋଚନା କରି କାର୍ଯ୍ୟର ମାନ ଠିକ ରଖିବା ଓ ଯଥାଶୀଘ୍ର ଲୋକଙ୍କୁ ସେବା ଯୋଗାଇବାକୁ କହିଥିଲେ । ଏହି ପ୍ରତିନିଧି ଦଳରେ ଦାସଙ୍କ ସହିତ କିଶାନ କଂଗ୍ରେସ ସଭାପତି ସୁଦାମ ପାତ୍ର, କଂଗ୍ରେସ ନେତା ତ୍ରିଲୋଚନ ନାୟକ, ଅକ୍ଷୟ ନାୟକ, ଉମାଶଙ୍କର ମହାପାତ୍ର, ଗୌତମ ଦାସ, ପ୍ରଦୀପ ଦାସ, ସତ୍ୟରଞ୍ଜନ ଆଚାର୍ଯ୍ୟ, ଉମାକାନ୍ତ ଦଳାଇ, ଦିଲୀପ ଦାସ, ବସନ୍ତ ମହାନ୍ତି, ନିର୍ମଳ ଦାସ, ୱାର୍ଡସଭ୍ୟ ସଞ୍ଜୀବ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri