‘ଐଶ୍ୱର୍ଯ୍ୟାଙ୍କ ପାଖରେ..’, ଡିଭୋର୍ସ ଚର୍ଚ୍ଚା ମଧ୍ୟରେ ବୋହୂଙ୍କୁ ନେଇ ଖୋଲାଖୋଲି ଏମିତି କହିଦେଲେ ଜୟା ବଚ୍ଚନ, ହେଉଛି ଭାଇରାଲ

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଯୋଡି ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କୁ ନେଇ ଗତ କିଛି ଦିନ ହେବ ଆଲେଶଚନା ହେଉଛି। ଦମ୍ପତ୍ତିଙ୍କ ପାରିବାରିକ ସମସ୍ୟା ଅଛି ବୋଲି କୁହାଯାଉଛି। ଅନେକ ଥର ଐଶ୍ୱର୍ଯ୍ୟା ଏକୁଟିଆ ନଜର ଆସିଥାନ୍ତି। ନିକଟରେ ଗଣପତିଙ୍କ ଦରବାରରେ ମଧ୍ୟ ଐଶ୍ୱର୍ଯ୍ୟାଙ୍କୁ ଏକୁଟିଆ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ପୁଣି ଚର୍ଚ୍ଚା ହେଉଛି କି କିଛି ଦୁହିଁଙ୍କ ଭିତରେ କିଛି ଗଡ଼ବଡ଼ ରହିଛି। ତେବେ ଉଭୟ ଏହି ପ୍ରସଙ୍ଗରେ ନୀରବ ରହିଛନ୍ତି। ଶୁଣିବାକୁ ମିଳୁଛି ଯେ କେବଳ ଅଭିଷେକଙ୍କ ସହ ଶାଶୁ ଜୟା ବଚ୍ଚନ ଏବଂ ଶ୍ୱଶୁର ଅମିତାଭ ବଚ୍ଚନଙ୍କ ସହ ଐଶ୍ୱର୍ଯ୍ୟାଙ୍କ ସମ୍ପର୍କ ବିଗିଡି ଯାଇଛି। ନିକଟରେ ଜୟା ବଚ୍ଚନ ନିଜେ ତାଙ୍କ ସହିତ ତାଙ୍କ ବୋହୂ ଐଶ୍ୱର୍ଯ୍ୟାଙ୍କ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବେ କହିଥିଲେ।

ଐଶ୍ୱର୍ଯ୍ୟା ରାୟ ଝିଅ ଆରାଧ୍ୟାଙ୍କ ସହ ‘ଜଲସା’ ବାହାରେ ନଜର ଆସିଥିଲେ। ସେତେବେଳେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଲୋକମାନେ ଭାବିଥିଲେ ଯେ ପରିବାରରେ ସବୁକିଛି ଠିକ ଅଛି । କିନ୍ତୁ କିଛି ଦିନ ପରେ ଗଣପତି ଦରବାରରେ ଐଶ୍‌ଙ୍କୁ ଏକୁଟିଆ ଦେଖିବା ପରେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହି ଭିଡିଓଗୁଡିକ ଭାଇରାଲ ହେବା ପରେ ଲୋକମାନେ ପୁନର୍ବାର ଜୟା ବଚ୍ଚନଙ୍କ ସାକ୍ଷାତକାରକୁ ମନେ ପକାଇଛନ୍ତି। ଯେଉଁଥିରେ ସେ ତାଙ୍କ ବୋହୂ ବିଷୟରେ କହିଥିଲେ।

ପୁଅ ଅଭିଷେକଙ୍କ ବିବାହ ପରେ ଜୟା ବଚ୍ଚନ ଦେଇଥିବା ଏକ ସାକ୍ଷାତକାରରେ ବୋହୂ ଐଶ୍ୱର୍ଯ୍ୟାଙ୍କ ବିଷୟରେ କହିଥିଲେ। ସେ କହିଥିଲେ, ଐଶ୍ୱର୍ଯ୍ୟାଙ୍କ ପିଠି ପଛରେ ସେ ରାଜନୀତି କିମ୍ବା ଷଡଯନ୍ତ୍ର କରନ୍ତି ନାହିଁ। ଐଶ୍ୱର୍ଯ୍ୟା ଏବଂ ମୋର ସମ୍ପର୍କ ହେଉଛି ବନ୍ଧୁଭଳି। ଯଦି ସେ କିଛି କୁହନ୍ତି ଆଉ ମୋତେ ଭଲ ଲାଗେ ନାହିଁ, ମୁଁ ଏହାକୁ ତାଙ୍କ ମୁହଁରେ କହିଥାଏ। ମୁଁ ତାଙ୍କ ପିଠି ପଛରେ ରାଜନୀତି କରେ ନାହିଁ। ଯଦି ସେ ମୋ ସହ ସହମତ ନୁହଁନ୍ତି, ତେବେ ସେ ଏହାକୁ ନିଜେ ପ୍ରକାଶ କରିଦିଅନ୍ତି।

ସେ ଆହୁରି ମଧ୍ୟ କହିଥିଲେ, ଆମେ ଘରେ ବସି କଥାବାର୍ତ୍ତା କରିବାକୁ ଭଲ ଲାଗେ। କିନ୍ତୁ କେବଳ ଆମେ ଦୁହେଁ। ତଥାପି, ତାଙ୍କ ପାଖରେ ଅଧିକ ସମୟ ନଥାଏ। ଐଶ୍‌ ଯାହା ବି କରନ୍ତି, ଆମେ ଏହାକୁ ଉପଭୋଗ କର। ତାଙ୍କ ସହିତ ମୋର ବହୁତ ଭଲ ସମ୍ପର୍କ ।

 

Share