ରେଖାଙ୍କ ସହ ଅମିତାଭଙ୍କ ପ୍ରେମ ସମ୍ପର୍କକୁ ନେଇ ଏମିତି କହିଥିଲେ ଜୟା, ମୋ ଜୀବନ ନର୍କ ହୋଇଯାଇଥାନ୍ତା…

ଏକ ସମୟ ଥିଲା ଯେତେବେଳେ ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନେତା ଅମିତାଭ ବଚ୍ଚନ ଏବଂ ଅଭିନେତ୍ରୀ ରେଖାଙ୍କ ନାମ ଯୋଡ଼ା ଯାଉଥିଲା। ଉଭୟଙ୍କ ପ୍ରେମ କାହାଣୀ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଆସିଛି। ଏହାକୁ ପ୍ରଶଂସକମାନେ ଜାଣିବାକୁ ଚାହିଁଥାନ୍ତି। ୧୯୭୬ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଦୋ ଅନଞ୍ଜାନେ’ରେ ରେଖା-ଅମିତାଭଙ୍କୁ ପ୍ରଥମ ଥର ଏକାଠି ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ରର ଶୁଟିଂ ସମୟରେ ଦୁହିଁଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିଲା।
ଅମିତାଭ ଜୟାଙ୍କ ସହ ବିବାହିତ ଜୀବନ ବିତାଉଥିଲେ ହେଁ ରେଖାଙ୍କ ନିକଟତର ହେବାକୁ ନିଜକୁ ଅଟକାଇ ପାରି ନ ଥିଲେ। ଏହି ଫିଲ୍ମ ପରେ ଉଭୟଙ୍କ ସମ୍ପର୍କ ନେଇ ଖବର ଲୋକଲୋଚନକୁ ଆସୁଥିଲା। ପରେ ଚର୍ଚ୍ଚା ବଢ଼ିଥିଲା। ଅମିତାଭଙ୍କ ପ୍ରେମ ସମ୍ପର୍କ ଉପରେ ସ୍ତ୍ରୀ ଜୟା ବଚ୍ଚନ ତାଙ୍କର ଏକ ସାକ୍ଷାତକାରରେ ନିଜର ପ୍ରତିକ୍ରିୟା ଦେଇଥିଲେ। ଜୟାଙ୍କୁ ପଚରାଯାଇଥିଲା, ଅମିତାଭ ଏବଂ ରେଖାଙ୍କ ପ୍ରେମ ସମ୍ପର୍କିତ ଏହି ଖବରରେ କୌଣସି ସତ୍ୟତା ଅଛି ନା ଏହା କେବଳ ଗୁଜବ? ଏହି ପ୍ରଶ୍ନର ଉତ୍ତରରେ ଜୟା କହିଥିଲେ, ‘ଏହା ନିଶ୍ଚୟ ସତ । ଆଜିକାଲି ସେମାନେ ଅନ୍ୟ କେଉଁଠାରେ ଅଛନ୍ତି । ଦର୍ଶକ ସେମାନଙ୍କୁ ଏକ ଦମ୍ପତି ଭାବରେ ଭଲ ପାଆନ୍ତି। ଏହି ସମୟରେ ଜୟା ସ୍ବୀକାର କରିଥିଲେ, ଅମିତାଭଙ୍କ ନାମ ତାଙ୍କର ଅନେକ ସହ-ତାରକାଙ୍କ ସହ ଯୋଡ଼ା ଯାଇଛି। ଯଦି ଏହା ସମସ୍ତଙ୍କ ସହ ସତ ହୋଇଥାନ୍ତା, ତା’ହେଲେ ମୋ ଜୀବନ ନର୍କରେ ପରିଣତ ହୋଇଥାନ୍ତା। ଶେଷରେ ଅମିତାଭ ଏବଂ ରେଖାଙ୍କ କାର୍ଯ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ସେ କହିଥିଲେ, ‘ଯଦି ଦୁହେଁ ଏକାଠି କାମ କରନ୍ତି, ତେବେ ମୋର ଏଥିରେ କୌଣସି ଅସୁବିଧା ନାହିଁ। ତେବେ ରେଖା ଏବଂ ଅମିତାଭଙ୍କୁ ଫିଲ୍ମ ’ସିଲସିଲା’ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା।

Share