ମୋଦି ବାଇଡେନ୍‌ଙ୍କୁ ମାଗିଥିଲେ ଗୋଟେ ଗ୍ଲାସ୍‌ ଗରମ ପାଣି, ଜାଣନ୍ତୁ କାହିଁକି….

ନଭେମ୍ବର ୩ରେ ହୋଇଥିବା ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ପରାସ୍ତକରି ଜୋ ବାଇଡେନ ବିଜୟୀ ଲାଭ କରିଛନ୍ତି। ବାଇଡେନଙ୍କ ଏହି ସଫଳତା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ତାଙ୍କ ସହ କାମ କରିବାକୁ ନେଇ ସେ ବହୁତ ଉତ୍ସାହିତ ଥିବା ମୋଦି କହିଥିଲେ। ତେବେ ଆମେରିକାର ଏହି ନୂତନ ରାଷ୍ଟ୍ରପତି ଏବଂ ମୋଦିଙ୍କ ମଧ୍ୟରେ ସମ୍ପର୍କ ବହୁତ ମଧୁର।
୨୦୧୪ ମସିହାରେ ଯେତେବେଳେ ବାଇଡେନ ଉପରାଷ୍ଟ୍ରପତି ଥିଲେ ଉକ୍ତ ସମୟରେ ସେ ମୋଦିଙ୍କ ପାଇଁ ଏକଦା ରାତ୍ର ଭୋଜନର ବ୍ୟବସ୍ଥା କରିଥିଲେ। ମାତ୍ର ଏହି ସମୟରେ ମୋଦି ନବରାତ୍ରି ପାଇଁ ବ୍ରତ ରଖିଥିଲେ। ଏହି କାରଣରୁ ସେ କେବଳ ବାଇଡେନଙ୍କୁ ଗୋଟିଏ ଗ୍ଲାସ୍‌ ଗରମ ପାଣି ମାଗିଥିଲେ।

Share