ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ନେବାକୁ ଯିବା ପୂର୍ବରୁ ନିଜ ଡ୍ରେସ୍‌ ଡିଜାଇନ୍‌ କରିଥିଲେ ଏହି ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ସୋସିଆଲ ମିଡିଆରେ ସକ୍ରିୟ ହେବା ଦିନଠାରୁ ତାଙ୍କୁ ନିଜ ଇନଷ୍ଟାଗ୍ରାମରେ ଲଗାତାର ପୋଷ୍ଟ କରୁଥିବା ଦେଖିବାକୁ ମିଳୁଛି। ନିକଟରେ ଇନଷ୍ଟାଗ୍ରାମରେ ନିଜର ପୁରୁଣା ଫଟୋ ପୋଷ୍ଟ କରିଥିଲେ। ପ୍ରଥମ ଥର ପାଇଁ ସେ ଜାତୀୟ ପୁରସ୍କାର ଗ୍ରହଣ କରୁଥିବାବେଳର ଏ ଫଟୋ ଶେୟାର କରି କଙ୍ଗନା ଲେଖିଛନ୍ତି, ପ୍ରଥମ ଜାତୀୟ ପୁରସ୍କାର, ଏହା ସହିତ ଜଡିତ ଅନେକ ବିଶେଷ ସ୍ମୃତି। ଏହି ସମ୍ମାନ ପାଇବାକୁ ମୁଁ କନିଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଥିଲି ଏବଂ ଏକ ମହିଳା କୈନ୍ଦ୍ରିକ ଚଳଚ୍ଚିତ୍ର ପାଇଁ ଜଣେ ମହିଳା ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲି। ସେ ଆହୁରି ମଧ୍ୟ କହିଛନ୍ତି, ସେଦିନ ପିନ୍ଧିଥିବା ଡ୍ରେସ୍‌ ମୁଁ ନିଜେ ଡିଜାଇନ କରିଥିଲି, କାରଣ ମୋର କିଛି ବିଶେଷ ଡ୍ରେସ୍‌ କିଣିବା ପାଇଁ ପର୍ଯ୍ୟାପ୍ତ ଅର୍ଥ ନ ଥିଲା, ସେଦିନ ଡ୍ରେସ୍‌ ଖରାପ ନ ଥିଲା … ନା ବୋଲି କଙ୍ଗନା ପ୍ରଶ୍ନ କରିଛନ୍ତି। କଙ୍ଗନା ପ୍ରତ୍ୟେକ ପ୍ରସଙ୍ଗରେ ଖୋଲାଖୋଲି ଭାବରେ ନିଜର ମତ ପ୍ରକାଶ କରୁଥିବା ଦେଖାଯାଏ। ସେ ଅନେକଥର ନିଜ ମତ ପାଇଁ ବିବାଦ ଘେରରେ ରହିଥିବା ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲାଇଭ୍‌ ଶୋ’ରେ ଭୋ ଭୋ ହୋଇ କାନ୍ଦିଲେ ନେହା କକ୍କର, ଏହି ଭୁଲ ପାଇଁ…

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଗାୟିକାଙ୍କ ମଧ୍ୟରୁ ନେହା କକ୍କର ଜଣେ। ଏକଦା ଇଣ୍ଡିଆନ ଆଇଡଲ୍‌ ଶୋ’ରେ ପ୍ରତିଯୋଗୀ ଭାବେ ସାମିଲ ହୋଇଥିବା ଏହି ଗାୟିକା ଆଜି...

ଦୁର୍ଘଟଣାରେ ଆହତ ହେଲେ ସୋନୁ ସୁଦଙ୍କ ଧର୍ମପତ୍ନୀ

ମୁମ୍ବାଇ,୨୫।୩: ବଲିଉଡ ଅଭିନେତା ସୋନୁ ସୁଦଙ୍କ ପତ୍ନୀ ସୋନାଲି ସୁଦଏକ ଦୁର୍ଘଟଣାର ଶିକାର ହୋଇଛନ୍ତି। ସୂଚନା ଅନୁଯାୟୀ, ଅଭିନେତାଙ୍କ ପତ୍ନୀଙ୍କର ମୁମ୍ବାଇ-ପୁଣେ ରାଜପଥରେ ଏକ ଭୟଙ୍କର...

ଏତିକି ଟଙ୍କାରେ ନିଜ ଆପାର୍ଟମେଣ୍ଟ ବିକିଦେଲେ ଅକ୍ଷୟ କୁମାର: ଲାଭ ଜାଣିଲେ ଉଡିଯିବ ହୋଶ୍‌

ମୁମ୍ବାଇ,୨୪।୩: ବଲିଉଡର ବରିଷ୍ଠ ଅଭିନେତା ଅକ୍ଷୟ କୁମାର ମୁମ୍ବାଇରେ ଥିବା ତାଙ୍କର ଦୁଇଟି ଆପାର୍ଟମେଣ୍ଟକୁ ୬.୬ କୋଟି ଟଙ୍କାରେ ବିକ୍ରି କରିଦେଇଛନ୍ତି। ଏହି ଡିଲରୁ ଅକ୍ଷୟ...

ICUରେ ଭର୍ତ୍ତି ହେଲେ ଜ୍ୟାକଲିନଙ୍କ ମା’

ମୁମ୍ବାଇ,୨୪।୩: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ମାଆଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଏହି ଖବର ଶୁଣିବା ପରେ, ଅଭିନେତ୍ରୀଙ୍କ ପ୍ରଶଂସକମାନେ ତାଙ୍କର ଆଶୁ...

ଲିଭ୍‌ଇନ୍‌ରେ ରହିବେ ଅଲି-ଜାସ୍ମିନ  

ମୁମ୍ବାଇ: ଟେଲିପରଦାର ଲୋକପ୍ରିୟ ଯୋଡ଼ିମାନଙ୍କ ମଧ୍ୟରୁ ଅଲି ଗୋନି ଏବଂ ଜାସ୍ମିନ ଭାସିନ ଗୋଟିଏ। ଦୀର୍ଘ ବର୍ଷ ଧରି ରିଲେଶନସିପରେ ରହିବା ପରେ ଏବେ ଦୁହେଁ...

ସୁଶାନ୍ତ ସିଂ ରାଜପୁତଙ୍କ ହତ୍ୟାର କୌଣସି ପ୍ରମାଣ ନାହିଁ…CBI କ୍ଲୋଜର୍‌ ରିପୋର୍ଟରେ କ’ଣ କ’ଣ ଅଛି?

ନୂଆଦିଲ୍ଲୀ, ୨୩।୩: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ସହ ଜଡ଼ିତ ୨ଟି ମାମଲାକୁ ଶନିବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ବନ୍ଦ କରିଛି। ବିଭିନ୍ନ...

ପୁଣି ଐଶର୍ଯ୍ୟାଙ୍କୁ ନେଇ ବଡ଼ ଖୁଲାସା କଲେ ଅଭିଷେକ, କହିଲେ ସେ ଫୋନରେ…

ମୁମ୍ବାଇ: ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଲିଉଡର ଚର୍ଚ୍ଚିତ କପଲଙ୍କ ମଧ୍ୟରୁ ଜଣେ। ଯଦିଓ ଗତବର୍ଷ ଏହି ଦମ୍ପତିଙ୍କ ମଧ୍ୟରେ ଛାଡପତ୍ରର ଗୁଜବ...

ପୁଣି ବାପା ହେବେ କି ରଣବୀର: ଦେଲେ ସଙ୍କେତ

ବଲିଉଡର ସବୁଠାରୁ ଚର୍ଚ୍ଚିତ କପଲ୍‌ ରଣବୀର କପୁର ଏବଂ ଆଲିଆ ଭଟ୍ଟ ଝିଅ ରାହାଙ୍କ ସହ ସମୟ ବିତାଉଛନ୍ତି। ନଭେମ୍ବର ୨୦୨୨ ରାହା ଜନ୍ମ ପରଠାରୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image