Advertisement

ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ନେବାକୁ ଯିବା ପୂର୍ବରୁ ନିଜ ଡ୍ରେସ୍‌ ଡିଜାଇନ୍‌ କରିଥିଲେ ଏହି ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ସୋସିଆଲ ମିଡିଆରେ ସକ୍ରିୟ ହେବା ଦିନଠାରୁ ତାଙ୍କୁ ନିଜ ଇନଷ୍ଟାଗ୍ରାମରେ ଲଗାତାର ପୋଷ୍ଟ କରୁଥିବା ଦେଖିବାକୁ ମିଳୁଛି। ନିକଟରେ ଇନଷ୍ଟାଗ୍ରାମରେ ନିଜର ପୁରୁଣା ଫଟୋ ପୋଷ୍ଟ କରିଥିଲେ। ପ୍ରଥମ ଥର ପାଇଁ ସେ ଜାତୀୟ ପୁରସ୍କାର ଗ୍ରହଣ କରୁଥିବାବେଳର ଏ ଫଟୋ ଶେୟାର କରି କଙ୍ଗନା ଲେଖିଛନ୍ତି, ପ୍ରଥମ ଜାତୀୟ ପୁରସ୍କାର, ଏହା ସହିତ ଜଡିତ ଅନେକ ବିଶେଷ ସ୍ମୃତି। ଏହି ସମ୍ମାନ ପାଇବାକୁ ମୁଁ କନିଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଥିଲି ଏବଂ ଏକ ମହିଳା କୈନ୍ଦ୍ରିକ ଚଳଚ୍ଚିତ୍ର ପାଇଁ ଜଣେ ମହିଳା ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲି। ସେ ଆହୁରି ମଧ୍ୟ କହିଛନ୍ତି, ସେଦିନ ପିନ୍ଧିଥିବା ଡ୍ରେସ୍‌ ମୁଁ ନିଜେ ଡିଜାଇନ କରିଥିଲି, କାରଣ ମୋର କିଛି ବିଶେଷ ଡ୍ରେସ୍‌ କିଣିବା ପାଇଁ ପର୍ଯ୍ୟାପ୍ତ ଅର୍ଥ ନ ଥିଲା, ସେଦିନ ଡ୍ରେସ୍‌ ଖରାପ ନ ଥିଲା … ନା ବୋଲି କଙ୍ଗନା ପ୍ରଶ୍ନ କରିଛନ୍ତି। କଙ୍ଗନା ପ୍ରତ୍ୟେକ ପ୍ରସଙ୍ଗରେ ଖୋଲାଖୋଲି ଭାବରେ ନିଜର ମତ ପ୍ରକାଶ କରୁଥିବା ଦେଖାଯାଏ। ସେ ଅନେକଥର ନିଜ ମତ ପାଇଁ ବିବାଦ ଘେରରେ ରହିଥିବା ଦେଖାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share