ସଲମାନ୍‌ଙ୍କ ସାମ୍ନାରେ ଆଣ୍ଠେଇ ଭୋ ଭୋ ହୋଇ କାନ୍ଦିଥିଲେ କରଣ

କରଣ ଜୋହରଙ୍କ ପ୍ରଥମ ଫିଲ୍ମ ‘କୁଛ୍‌ କୁଛ୍‌ ହୋତା ହୈ’ ୧୯୯୮ରେ ରିଲିଜ୍‌ ହୋଇଥିଲା। ଏଥିରେ ପ୍ରମୁଖ ଚରିତ୍ରରେ ଶାହାରୁଖ ଖାନ୍‌, କାଜଲ ଏବଂ ରାଣୀ ମୁଖାର୍ଜୀ ଅଭିନୟ କରିଥିଲେ। ତେବେ ଏଥିରେ ସଲମାନ ଖାନ୍‌ଙ୍କର ଏକ ଅତିଥି ଚରିତ୍ର ରହିଥିଲା। ଏହି ସୁପରହିଟ୍‌ ଫିଲ୍ମ ସହ ଜଡିତ ଅନେକ କାହାଣୀ ରହିଛି।
କରଣ ଜୋହର ଚାହୁଁଥିଲେ ଯେ. ସଲମାନ ଫିଲ୍ମର ବିବାହ ଦୃଶ୍ୟ ପାଇଁ ଏକ ସୁଟ୍‌ ପିନ୍ଧନ୍ତୁ। କିନ୍ତୁ ସଲମାନ କୁହନ୍ତି, ‘ମୋର ଏଥିରେ ବହୁତ ଭଲ ଧାରଣା ଅଛି, ମୁଁ ବିବାହ ସମୟରେ ଜିନ୍ସ ଏବଂ ଟି-ସାର୍ଟ ପିନ୍ଧିବି। ଏହା ଶୁଣିବା ପରେ କରଣ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସେ ଭାବନ୍ତି ଯେ ସଲମାନ ତାଙ୍କ ସହ ଥଟ୍ଟା କରୁଛନ୍ତି।
କିଛି ସମୟ ପରେ ପୁଣି କରଣ ସଲମାନଙ୍କୁ କକହିଥିଲେ, ଆପଣଙ୍କୁ ସୁଟ୍‌ ପିନ୍ଧିବାକୁ ପଡିବ। ଫିଲ୍ମ ଅନୁଯାୟୀ ଜିନ୍ସ ଚଳିବ ନାହିଁ। କିନ୍ତୁ ସଲମାନ ଏଥିପାଇଁ ମନା କରିଦେଇଥିଲେ। ଏଥିପାଇଁ କରଣ ସଲମାନ୍‌ଙ୍କୁ ମନାଇବାରେ ଥକି ପଡ଼ିବା ପରେ କାନ୍ଦିବାକୁ ଲାଗନ୍ତି। ପରେ ସଲମାନ୍‌ଙ୍କ ସାମ୍ନାରେ ଆଣ୍ଠେଇ ହାତ ଯୋଡି କୁହନ୍ତି, ଏହା ମୋର ପ୍ରଥମ ଫିଲ୍ମ, ଏହି ସୁଟ ପ୍ରକୃତରେ ଆପଣଙ୍କୁ ଭଲ ଲାଗିବ ।
କରଣଙ୍କ କାନ୍ଦ ଦେଖି ସଲମାନ ଚକିତ ହୋଇ କୁହନ୍ତି, ତୁମେ ବିରକ୍ତ ହୁଅ ନାହିଁ । ମୁଁ ଏହାକୁ ପିନ୍ଧିବି। କାନ୍ଦ ବନ୍ଦକର, ନ ହେଲେ ମୁଁ ତୁମକୁ ମାରିଦେବି ବୋଲି ସଲମାନ୍‌ କହିଥିଲେ। ଏକ ସାକ୍ଷାତକାରରେ ନିଜେ କରଣ ଏହି କଥା କହିଥିଲେ। ଏସ କହିଥିଲେ ଯେ, ମୁଁ ଜାଣିଥିଲି ସଲମାନ ଶେଷରେ ରାଜି ହେବେ, କାରଣ ତାଙ୍କର ହୃଦୟ ବହୁତ ବଡ଼ ଏବଂ ସେ ସମସ୍ତଙ୍କୁ ସାହାଯ୍ୟ କରନ୍ତି। ସେତେବେଳେ ଏହା ସବୁ ଅଦ୍ଭୁତ ଥିଲା, କିନ୍ତୁ ଏହା ମଜା ଥିଲା ବୋଲି କରଣ କହିଥିଲେ।

Share