ବିବାହ ପୂର୍ବରୁ କରୀନାଙ୍କୁ ଏହି ନାଁରେ ଡାକୁଥିଲେ ସୈଫ୍‌

ବଲିଉଡ ଅଭିନେତା ସୈଫ୍‌ ଅଲି ଖାନ ଏବଂ କରୀନା କପୁର ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ ଦମ୍ପତି। ଉଭୟଙ୍କ ପ୍ରେମ କାହାଣୀ ମଧ୍ୟ ବହୁତ ଲୋକପ୍ରିୟ। ଦୀର୍ଘ ସମୟ ଧରି ଉଭୟ ପରସ୍ପରକୁ ଡେଟ କରିଥିଲେ, ଯାହା ପରେ ଦୁହେଁ ବିବାହ କରିଥିଲେ। ଉଭୟ ଏଜେଣ୍ଟ ବିନୋଦ ଏବଂ ଟସନଙ୍କ ପରି ଅନେକ ଚଳଚ୍ଚିତ୍ରରେ ଏକାଠି ଅଭିନୟ କରିଛନ୍ତି। ତେବେ ଖୁବ କମ ଲୋକ ଜାଣନ୍ତି ଯେ, ସୈଫ ଏବଂ କରୀନା ପ୍ରଥମ ଥର ଫିଲ୍ମ ‘ଓମକାରା’ ସେଟ୍‌ ସାକ୍ଷାତ ହୋଇଥିଲେ, ସେତେବେଳେ ଦୁହିଁଙ୍କର କୌଣସି କଥାବାର୍ତ୍ତା ହୋଇ ନ ଥିଲା।
କରୀନା କପୁର ଖାନ କହିଛନ୍ତି, ସୈଫ୍‌ ମୋଠାରୁ ବହୁତ ସିନିୟର୍‌ ଥିଲେ। ସେ ଏବଂ ମୋ ବଡ଼ ଭଉଣୀ ଲୋଲୋ ଯୋଧପୁରରେ ‘ହମ ସାଥ ସାଥ ହେଁ’ ଶୁଟିଂ କରୁଥିଲେ। ସେତେବେଳେ ମୁଁ ସେଟରେ ଥିଲି। ତା’ପରେ ଆମେ ଓମକାରା କରିଥିଲୁ,ଆମେ ପରସ୍ପର ସହ କଥାବାର୍ତ୍ତା କରି ନ ଥିଲୁ ଏବଂ ଉଭୟ ନିଜ ନିଜ ବାଟରେ ଥିଲୁ। ସେତେବେଳେ ସୈଫ ମୋତେ ମ୍ୟାମ୍‌ କହି ଡାକୁଥିଲେ। ସୈଫ୍‌ଙ୍କ ସରଳ ସ୍ବଭାବ ଦେଖି ମୁଁ ତାଙ୍କୁ ପ୍ରେମରେ ପଡିଥିଲି ବୋଲି ବୋଲି କହନ୍ତି କରୀନା। ୨୦୧୨, ଅକ୍ଟୋବର ୧୬ରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଏବେ ଦୁହିଁଙ୍କୁ ଦୁଇ ପୁଅ ଅଛି।

Share