ରାହୁଲ ଗାନ୍ଧୀଙ୍କୁ ଡେଟ୍‌ କରିବାକୁ ଚାହୁଁଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ: କହିଥିଲେ..

ବମ୍ବେ: ଅନୁଷ୍କାଙ୍କ ପରେ ଖୁବ୍‌ଶୀଘ୍ର ଖୁସି ଖବର ଶୁଣାଇବେ ବେବୋ। ଦ୍ୱିତୀୟ ଥର ପାଇଁ ସେ ମା’ ହେବାକୁ ଯାଉଛନ୍ତି। ଏହାକୁ ନେଇ କରିନା ଚର୍ଚ୍ଚାରେ ରହୁଛନ୍ତି। ନିଜର ଯତ୍ନ ନେବା ସାଙ୍ଗକୁ କାମକୁ ପ୍ରାଧାନ୍ୟ ଦେଉଥିବାରୁ ଅନେକ ଫଟୋ ତାଙ୍କର ଭାଇରାଲ ହେଉଛି। ତେବେ ଦିନ ଥିଲା କରିନା ରାହୁଲ ଗାନ୍ଧୀଙ୍କୁ ଡେଟ୍‌ କରିବାକୁ ଚାହୁଁଥିଲେ।

ସିମି ଅଗ୍ରଓ୍ବାଲଙ୍କ ଟକ୍‌ ଶୋ’ରେ ପହଞ୍ଚିଥିଲେ କରିନା। ସାକ୍ଷାତକାର ବେଳେ କାହାକୁ ଡେଟ୍‌ କରିବାକୁ ଚାହାନ୍ତି ବୋଲି ସିମି ପଚାରିଥିଲେ। ଜବାବରେ ରାହୁଲଙ୍କ ନାମ ନେଇଥିଲେ କରିନା। ଏଭଳି କହିବା ଉଚିତ କି ନା ତାହା ଜାଣେନା। କାରଣ ତାହା ବିବାଦୀୟ ହୋଇପାରେ। ହେଲେ ରାହୁଲଙ୍କୁ ଭଲ ଭାବେ ଜାଣିବାକୁ ଚାହୁଁଛି ବୋଲି କରିନା କହିଥିଲେ।

ହେଲେ ୨୦୦୯ରେ କରିନା କଥାରୁ ଓହରିଯାଇଥିଲେ। ଉଭୟଙ୍କ ସାଜ୍ଞା ଲୋକପ୍ରିୟ ହୋଇଥିବାରୁ ତାଙ୍କୁ ଅତିଥି ଭାବେ ଦେଖିବାକୁ ଚାହୁଁଛି। ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛି ବୋଲି କରିନା କହିଥିଲେ। କେବଳ ଯେ କରିନା ତାହା ନୁହେଁ ରାହୁଲ ମଧ୍ୟ ତାଙ୍କର ଚଳଚ୍ଚିତ୍ରକୁ ଫାଷ୍ଟ ଡେ ଫାଷ୍ଟ ଶୋ ଦେଖନ୍ତି।

Share