Categories: Uncategorized

ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ପୂର୍ବରୁ ଏହି ଖାନ୍‌ଙ୍କ ପ୍ରେମରେ ପାଗଳ ଥିଲେ କରୀନା

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର, ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ପୂର୍ବରୁ ଅନେକ କଳାକାରଙ୍କୁ ଡେଟ୍‌ କରିସାରିଛନ୍ତି। କିନ୍ତୁ ଶାହିଦ କପୁରଙ୍କ ସହ ତାଙ୍କ ସମ୍ପର୍କ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଥିଲା। ଫିଲ୍ମ ‘ଫିଦା’ର ଶୁଟିଂ ସେଟ୍‌ରୁ ଉଭୟ ପରସ୍ପରର ଅଧିକ ନିକଟତର ହୋଇଥିଲେ। ଏହି ସମୟରେ କରୀନା ସାହିଦଙ୍କୁ ନିଜ ଜୀବନଠାରୁ ମଧ୍ୟ ଅଧିକ ଭଲ ପାଉଥିଲେ। ଏପରିକି ସେ ଶାହିଦଙ୍କ ପାଇଁ ଶାକାହାରୀ ମଧ୍ୟ ହୋଇଯାଇଥିଲେ ବୋଲି କୁହାଯାଏ ।ଶାହିଦଙ୍କ ସହ ସେ ଅଧିକାଂ ସମୟ ବିତାଇବା ପାଇଁ କରୀନା ନିଜର ସମସ୍ତ ଫିଲ୍ମରେ ଶାହିଦଙ୍କୁ ନେବାକୁ ଫିଲ୍ମ ନିର୍ମାତାଙ୍କୁ କହୁଥିଲେ। ସେହିପରି ଫିଲ୍ମ ‘ଜବ୍‌ ଓ୍ବି ମିଟ୍‌’ରେ ଏହି ଯୋଡି ଏକତ୍ର କାମ କରିଥିଲେ। ଏହି ଫିଲ୍ମରେ ଫରଦିନ୍‌ ଖାନ୍‌ ମଧ୍ୟ ଅଭିନୟ କରିଥିଲେ। ଶାହିଦଙ୍କ ପୂର୍ବରୁ ଫରଦିନ୍‌ଙ୍କ ସହ ମଧ୍ୟ କରୀନାଙ୍କର ସିକ୍ରେଟ୍‌ ଆଫେୟାର ରହିଥିଲା।
ଖବର ଅନୁଯାୟୀ, କରୀନା ଫରଦିନ୍‌ଙ୍କ ପ୍ରେମରେ ପାଗଳ ପ୍ରାୟ ହୋଇପଡ଼ିଥିଲେ। ଫରଦିନ୍‌ ମଧ୍ୟ ତାଙ୍କୁ ନେଇ ବହୁତ ସିରିୟସ୍‌ ଥିଲେ। ବିବାହ ପାଇଁ ଫରଦିନ୍‌ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। କିନ୍ତୁ ଏହାରି ମଧ୍ୟରେ ଶାହିଦଙ୍କ ସହ କରୀନାଙ୍କ ନିକଟତର ଦେଖି ସେ ଦୂରେଇ ଯାଇଥିଲେ।