ବଲିଉଡ୍ ଅଭିନେତ୍ରୀ କାଟ୍ରିନା କୈଫ୍ ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି। କାଟ୍ରିନାଙ୍କ ନାମ ଭିକି କୌଶଲଙ୍କ ସହ ଦୀର୍ଘ ସମୟ ଧରି ଯୋଡ଼ା ଯଇଥିବାବେଳେ ନିକଟରେ ଦୁହିଁଙ୍କ ନିର୍ବନ୍ଧ ହୋଇଥିବା ଚର୍ଚ୍ଚା ହେଉଛି।
ତେବେ ପୂର୍ବରୁ ଏପରି ଏକ ସମୟ ଥିଲା ଯେତେବେଳେ କାଟ୍ରିନା କପୁର ପରିବାରର ବୋହୂ ହୋଇଥାନ୍ତେ। କରୀନା କପୁର ଖାନ ନିଜେ କାଟ୍ରିନାଙ୍କୁ ତାଙ୍କ ଭାଉଜ କହିଥିଲେ। କଫି ଉଇଥି କରନର ଏକ ଏପିସୋଡରେ କରିନା ଏବଂ ରଣବୀର ଏକାଠି ହୋଇଥିଲେ। ସେଠାରେ କରନ କରୀନାଙ୍କୁ ପଚାରିଥିଲେ ଯେ, କେଉଁ ଅଭିନେତ୍ରୀ ଯାହା ସହ ଯଦି ତାଙ୍କୁ ରୋମାଣ୍ଟିକ ହେବାକୁ ପଡିବ ତେବେ ତାଙ୍କୁ କୌଣସି ଅସୁବିଧା ହେବ ନାହିଁ? ଏହା ଉପରେ କରୀନା କହିଥିଲେ, ‘ଯଦି ଏହା ଘଟେ, ତେବେ ମୁଁ ମୋର ଭବିଷ୍ୟତ ଭାଉଜ କାଟ୍ରିନାଙ୍କ ସହ ଅଧିକ ଆରାମଦାୟକ ମନେକରିବି।
ଏହି ଉତ୍ତର ଶୁଣିବା ପରେ କରନ ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ ରଣବୀର ହସିବାକୁ ଲାଗିଲେ। ଏହା ସହିତ ସେ ଆହୁରି ମଧ୍ୟ କହିଥିଲେ ଯେ, ତାଙ୍କ ମନ ‘ଭାବି’ ଉପରେ ଅଟକି ରହିଛି। କରୀନାଙ୍କଠାରୁ ଏହା ଶୁଣି ସମସ୍ତେ ଅନୁଭବ କଲେ ଯେ, ବର୍ତ୍ତମାନ କାଟ୍ରିନା ଏବଂ ରଣବୀର ନିଶ୍ଚିତ ଭାବରେ ବିବାହ କରିବେ। କିନ୍ତୁ ପରେ ଏହା ଘଟି ନ ଥିଲା