କରିସ୍ମା କପୁର ଘରେ ଏକା ଥିବାର ସୁଯୋଗ ନେଇ ବେଡ୍‌ରୁମ୍‌ରେ ପଶିଯାଇଥିଲେ ଅଜଣା ବ୍ୟକ୍ତି: କରିଥିଲେ ଏହି ଖରାପ କାମ…

ବଲିଉଡ୍‌ରେ ଅନେକ ସୁପରହିଟ୍‌ ଫିଲ୍ମରେ କାମ କରିସାରିଥିବା ଅଭିନେତ୍ରୀ କରିସ୍ମା କପୁର ବର୍ତ୍ତମାନ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଛନ୍ତି। ବିବାହ ପରଠାରୁ ସେ ଫିଲ୍ମରୁ ଦୂରେଇ ଯାଇଥିଲେ। ମାତ୍ର ସ୍ବାମୀ ସଞ୍ଜୟ କପୁରଙ୍କ ଠାରୁ ଅଲଗା ହେବା ପରେ ସେ ପୁଣିଥରେ ବଲିଉଡ୍‌କୁ ଫେରିଥିଲେ। ହେଲେ ପୂର୍ବପରି ତାଙ୍କୁ ଆଉ ସଫଳତା ମିଳି ନ ଥିଲା।
ଏକ ରିପୋର୍ଟ ଅନୁଯାୟୀ, ଏକଦା କରିସ୍ମା ଘରେ ଏକାକି ଥିଲେ। ଏହି ସମୟରେ ସେ ଘରେ କାମ କରିବା ପାଇଁ ଜଣେ ବଢ଼େଇକୁ ଡାକିଥିଲେ। କରିସ୍ମା ଘରେ ଏକାକି ଥିବା ବଢ଼େଇ ଜାଣିପାରିଥିଲେ। ଏହାର ସୁଯୋଗ ନେଇ ସେ ତାଙ୍କ ବେଡ୍‌ରୁମ୍‌ରେ ପଶିଯାଇଥିଲେ। ଏ ବିଷୟରେ କରିସ୍ମା ଆଦୌ ହେଲେ ଜାଣିପାରି ନ ଥିଲେ। ମାତ୍ର ବଢ଼େଇ ଏହାର ସୁଯୋଗ ନେଇ କରିସ୍କାଙ୍କର ଏକ ଦାମୀ ପର୍ସ ଚୋରିକରି ସେଠାରୁ ପଳାଇଯାଇଥିଲେ। ପର୍ସ ଚୋରି ହୋଇଥିବା ଜାଣିବା ପରେ କରିସ୍ମା ଥାନାରେ ଏକ ମାମଲା ରୁଜୁ କରିଥିଲେ। ପୋଲିସ ତଦନ୍ତ କରି ଅପରାଧୀ ବଢ଼େଇଙ୍କୁ କାବୁ କରିଥିଲା । ଏହା ପରେ କରିସ୍କାଙ୍କ ପର୍ସ ତାଙ୍କୁ ମିଳିଥିଲା।

Share