ବିବାହ ପୂର୍ବରୁ ମା’ ହେବାକୁ ଚାହୁଁଥିଲେ କିଆରା, ଜାଣନ୍ତୁ କ’ଣ କହିଲେ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଖୁବ୍‌ କମ ସମୟ ମଧ୍ୟରେ ଇଣ୍ଡଷ୍ଟ୍ରିରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଆଜିକାଲି ଅଭିନେତ୍ରୀ ତାଙ୍କର ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ସତ୍ୟପ୍ରେମ କି କଥା’ର ସଫଳତାକୁ ଉପଭୋଗ କରୁଛନ୍ତି। ଅନ୍ୟପକ୍ଷରେ, ଯେତେବେଳେ ଅଭିନେତ୍ରୀ ଫିଲ୍ମର ପ୍ରମୋଶନରେ ବ୍ୟସ୍ତ ଥିଲେ, ତାଙ୍କ ଫଟୋ ଦେଖି ପ୍ରଶଂସକମାନେ ଅନୁମାନ କରୁଥିଲେ ଯେ କିଆରା ଗର୍ଭବତୀ ଅଛନ୍ତି ଏବଂ ବର୍ତ୍ତମାନ ଅଭିନେତ୍ରୀଙ୍କ ଏକ ସାକ୍ଷାତକାର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ତାଙ୍କ ଗର୍ଭଧାରଣ ବିଷୟରେ କଥାବାର୍ତ୍ତା କରୁଥିବା ଦେଖାଯାଉଛି।

ବାସ୍ତବରେ, କିଆରାଙ୍କ ଯେଉଁ ସାକ୍ଷାତକାର ଭାଇରାଲ ହେଉଛି ତାହା ତାଙ୍କ ଫିଲ୍ମ ‘ଗୁଡ ନ୍ୟୁଜ’ର ପ୍ରମୋଶନର, ଯେଉଁଥିରେ କିଆରା ଗର୍ଭବତୀ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏହି ଭିଡିଓରେ ଅଭିନେତ୍ରୀ ଜଣକ କହୁଛନ୍ତି ଯେ, ମୁଁ ଗର୍ଭବତୀ ହେବାକୁ ଚାହୁଁଛି କି କେବଳ ମୁଁ ଯାହା ଚାହେଁ ତାହା ଖାଇ ପାରିବି ଏବଂ ପିଲାଟି ପୁଅ କି ଝିଅ ତାହା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଯାହା ବି ହଉ ଚଳିବ ବାସ୍‌ ସୁସ୍ଥ ହେବା ଉଚିତ୍‌। ନିକଟରେ କିଆରା ’ସତ୍ୟପ୍ରେମ କି କଥାର’ ପ୍ରମୋଶନ ପାଇଁ କାର୍ତ୍ତିକଙ୍କ ସହ ଜୟପୁରରେ ପହଞ୍ଚିଥିଲେ। ଏହି ଫଟୋରେ ତାଙ୍କ ପେଟ ଦେଖି ପ୍ରଶଂସକମାନେ ତାଙ୍କୁ ଅଭିନନ୍ଦନ ଜଣାଇବା ଆରମ୍ଭ କରିଦେଇଥିଲେ।

Share