Categories: ଫୁରସତ

ମାତ୍ର ୧୫ ମିନିଟ୍‌ ପାଇଁ ଖର୍ଚ୍ଚ କରିଦେଲେ ୪ କୋଟି, ସମ୍ପୂର୍ଣ୍ଣ ଘଟଣା ଜାଣିଲେ…

ୱାଶିଂଟନ: ଏପରି ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ବହୁତ ଲୋକପ୍ରିୟ। ସେମାନଙ୍କୁ ଦେଖିବାକୁ, ତାଙ୍କ ସହ ଟିକେ କଥା ହେବାକୁ ତାଙ୍କ ପ୍ରଂଶସକ ବେଶ୍‌ ଆଗ୍ରହୀ ଥାନ୍ତି। ଏପରି ଜଣେ ଅଭିନେତ୍ରୀ ହେଉଛନ୍ତି, କ୍ରିଷ୍ଟେନ୍‌ ଷ୍ଟେୱାର୍ଟ। ହଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ କ୍ରିଷ୍ଟେନ୍‌ଙ୍କୁ କିଏ ବା ନ ଜାଣେ। ନିକଟରେ କ୍ରିଷ୍ଟେନ୍‌ଙ୍କୁ ଦେଖାକରିବା ପାଇଁ ତାଙ୍କର ଜଣେ ରାଜକୁମାର ପ୍ରଶଂସକ ୪କୋଟି ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି। ତାହା ପୁଣି ମାତ୍ର ୧୫ ମିନିଟ୍‌ ପାଇଁ।

ସୂଚନାଯୋଗ୍ୟ, କ୍ରିଷ୍ଟେନଙ୍କୁ ଦେଖାକରିବାକୁ ସାଉଦିର ରାଜକୁମାର ମହମ୍ମଦ ବିନ୍‌ ସଲମାନ୍‌ ଅଫର ଦେଇଥିଲେ। ଆମେରିକୀୟ ଫିଲ୍ମ ନିର୍ଦ୍ଦେଶକ ହାର୍ଭେ ୱେନ୍‌ଷ୍ଟେଇନ୍‌ ସିନେମା ହରିକେନ୍‌ ସାଣ୍ଡିର ସ୍କ୍ରିନିଂର କଥାବାର୍ତ୍ତା ବେଳେ ଏହା ବାବଦରେ କହିଥିଲେ। ସେ ଟରଣ୍ଟୋ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ ସମ୍ପର୍କରେ କଥା ହେବାବେଳେ ମେଡିଶନ ଛକ ପାର୍କରେ ୨୦୧୩ ଡିସେମ୍ବରରେ କ୍ରିଷ୍ଟେନ୍‌ଙ୍କୁ ଦେଖା କରିଥିବା କହିଥିଲେ। ତେବେ ଏହି ଦେଖା ପରେ କ୍ରିଷ୍ଟେନ୍‌ ସେହି ଟଙ୍କାକୁ ଏକ ବାତ୍ୟା ଆଶ୍ରୟସ୍ଥଳକୁ ଦାନ କରିଦେଇଥିଲେ। ହାର୍ଭେ କହିଛନ୍ତି, ରାଜକୁମାର କ୍ରିଷ୍ଟେନ୍‌ଙ୍କୁ ଏକା ଦେଖା କରିବାକୁ ଏକ ଇଭେଣ୍ଟର ମଧ୍ୟ ଆୟୋଜନ କରିଥିଲେ।

Share