୧୫୦ ଥର ବଳାତ୍କାର ଦୃଶ୍ୟ କରିଥିବା ଏହି ଅଭିନେତାଙ୍କ ଉପରେ ରାଗିକି ଚାପୁଡ଼ା ମାରିଥିଲେ ମାଧୁରୀ, କାରଣ ଜାଣିଲେ….

ହିନ୍ଦୀ ଫିଲ୍ମ ଜଗତର ପ୍ରସିଦ୍ଧ ଖଳନାୟକ ରଞ୍ଜିତ ପ୍ରାୟ ୨୦୦ ଫିଲ୍ମରେ ତାଙ୍କର ଅଭିନୟ ଜାଦୁ ଦେଖାଇ ଛନ୍ତି। ତେବେ ବଲିଉଡ୍‌ରେ ଏକ ସମୟ ଥିଲା ଯେତେବେଳେ ଫିଲ୍ମ ହିଟ୍‌ ପାଇଁ ବଳାତ୍କାର ଦୃଶ୍ୟଦେଖା ଯାଉଥିଲା। ଫିଲ୍ମରେ ରଞ୍ଜିତ ୧୫୦ ଥର ବଳାତ୍କାର ଦୃଶ୍ୟ କରିଛନ୍ତି। ଇଣ୍ଡଷ୍ଟ୍ରିରେ ତାଙ୍କ ପରିଚୟ ବଳତ୍କାରୀର ହୋଇଯାଇଥିଲା। ଯେଉଁଥିପାଇଁ ତାଙ୍କ ସ୍ତ୍ରୀ ମଧ୍ୟ ତାଙ୍କ ଉପରେ ରାଗି ଯାଉଥିଲେ। ସେ ବଡ଼ ବଡ଼ ଅଭିନେତ୍ରୀଙ୍କ ସହ ବଳାତ୍କାର ଦୃଶ୍ୟ କରିଥିଲେ। ମାଧୁରୀ ଦୀକ୍ଷିତଙ୍କ ସହ ଏକ ବଳାତ୍କାର ଦୃଶ୍ୟ କରିବା ସମୟରେ ମାଧୁରୀ ତାଙ୍କୁ ପିଟିଥିଲେ। ଜାଣନ୍ତୁ ସେ ସମ୍ପର୍କରେ…

ଏହି ଘଟଣା ୧୯୮୯ ଫିଲ୍ମ ‘ପ୍ରେମ ପ୍ରତିଜ୍ଞାର’ । ବଳାତ୍କାର ସିନ୍‌ କରିବା ପାଇଁ ମାଧୁରୀ ବହୁତ ଡରି ଯାଇଥିଲେ। ନିର୍ଦ୍ଦେଶକ ତାଙ୍କୁ ବୁଝାଇବା ପରେ ସେ ଏହି ଦୃଶ୍ୟ କରିଥିଲେ। ରଞ୍ଜିତଙ୍କୁ ଦେଖି ମାଧୁରୀ ଡରିଯାଇଥିଲେ । ମାଧୁରୀଙ୍କୁ ଭିଡି ଧରିଲା ବେଳେ ସେ ବହୁତ ଡରିଗଲେ। ରଞ୍ଜିତ ସ୍କ୍ରିପ୍ଟଠାରୁ ଓଭର ଆକ୍ଟିଂ କରିବାକୁ ଲାଗିଲେ। ମାଧୁରୀ ତାଙ୍କୁ ଧକ୍କା ଦେଇ ଠୋ କରି ଏକ ଚାପୁଡ଼ା ମାରିଲେ। କହିଲେ ପରେ କେବେ ହାତ ଲଗାଇବାକୁ ସାହସ କରିବନି।

Share