ଅନିଲ କପୁରଙ୍କୁ ‘ଆଇ ଲଭ୍‌ ୟୁ’ କହିଲେ ମାଧୁରୀ ଦୀକ୍ଷିତ୍‌: ଏମିତି ଥିଲା ଅଭିନେତାଙ୍କ ପ୍ରତିକ୍ରିୟା

ବଲିଉଡର ଧକ-ଧକ ଗାର୍ଲ ମାଧୁରୀ ଦୀକ୍ଷିତ ଏବଂ ଅଭିନେତା ଅନିଲ କପୁରଙ୍କ ଯୋଡି ଅନେକ ଚଳଚ୍ଚିତ୍ରରେ ନଜର ଆସିଛନ୍ତି। ଦର୍ଶକ ଉଭୟ ଯୋଡିଙ୍କୁ ବହୁତ ପସନ୍ଦ ମଧ୍ୟ କରନ୍ତି। ଆଜିକାଲି ମାଧୁରୀ ଦୀକ୍ଷିତ ଡ୍ୟାନ୍ସ ରିଆଲିଟି ଶୋ ‘ଡ୍ୟାନ୍ସ ଦିଓ୍ବାନେ-୩ ’ ଜଜ୍‌ ଭୂମିକାରେ ଅଛନ୍ତି। ଏହି ସପ୍ତାହରେ ଅନିଲ କପୁର, ରୋହିତ ଶେଟ୍ଟୀ ଏହି ଶୋ’ ଅତିଥି ଭାବେ ନଜର ଆସିବେ। ତାଙ୍କ ଭିନ୍ନ ଶୈଳୀରେ ଅନିଲ ପୁଣି ସମସ୍ତଙ୍କୁ ମତୁଆଲା କରିବାକୁ ଯାଉଛନ୍ତି। ଶୋ’ରେ ମାଧୁରୀ ଦୀକ୍ଷିତ ଅନିଲ କପୁରଙ୍କୁ କପୁରଙ୍କୁ ଆଇ ଲଭ୍‌ ୟୁ କହିଛନ୍ତି। ଏହା ଶୁଣି ଅନିଲ ଖୁସିରେ ଆତ୍ମହରା ହେବା ସହ ଡେଇଁ ପଡିଥିବା ଦେଖାଯାଇଛି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ମାଧୁରୀ ଏବଂ ଅନିଲ ଏକାଠି ହେବା ପରେ ଦୁହଁିଙ୍କ ଅଭିନୀତ ଫିଲ୍ମର ସୁପରହିଟ ଗୀତ ‘ଆଇ ଲଭ୍‌ ୟୁ’ ଗୀରେ ନାଚିଥିଲେ। ଏହା ଦେଖ ସମସ୍ତେ କରତାଳି ଦେବା ଆରମ୍ଭ କରିଥିଲେ।
ଚ୍ୟାନେଲ ନିକଟରେ ଏହାର ପ୍ରୋମୋ ସୋସିଆଲ ମିଡିଆରେ ଶେୟାର କରାଯାଇଛି, ଯାହା ବହୁତ ଭାଇରାଲ ହେଉଛି।

Share