Posted inଜାତୀୟ

ଯେବେ ମମତା ରାଗିଯାଇ ବାଜପେୟୀଙ୍କ ଟେବୁଲ ଉପରେ ରଖିଥିଲେ ମଣିଷ ଖପୁରୀ, କାରଣ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୨୫।୪: ରାଜନୀତିର ଚର୍ଚ୍ଚିତ ଚେହେରା ମମତା ବାନାର୍ଜୀ। ଯିଏ ଭାରତୀୟ ରାଜନୀତିର ନିଜ ରାଗ ଓ ଜିଦ ପାଇଁ ମଧ୍ୟ ଜଣାଶୁଣା। ଯଦି ଦିଦି କିଛି କରିବାକୁ ନିଷ୍ପତ୍ତି ନିଅନ୍ତି, ତେବେ ସେ ଏହା ଶେଷ ନ କରିବା ଯାଏଁ ଛାଡନ୍ତି ନାହିଁ। ସେ ଭାରତ ରାଜନୀତି ଇତିହାସରେ ଜଣେ ସଫଳ ମହିଳା ରାଜନେତ୍ରୀ। ଆଜିକୁ ୧୩ବର୍ଷ ଧରି ସେ ପଶ୍ଚିମବଙ୍ଗରେ କ୍ଷମତାରେ ଅଛନ୍ତି। ବେଙ୍ଗଲ, ଯାହା ଏକଦା ବାମ ଦଳର ଗଡ଼ ଥିଲା, ଏବେ ମମତା ତାକୁ ତାଙ୍କ ଦୁର୍ଗରେ ପରିଣତ କରିଛନ୍ତି। ତାଙ୍କର ରାଜନୈତିକ କ୍ୟାରିୟର କଂଗ୍ରେସରୁ ଆରମ୍ଭ ହୋଇଥିଲା, କିନ୍ତୁ ଦିଦିଙ୍କୁ ଏକଲା ଚଲୋରେ ପଥ ଅନୁରଣ କରି ଦଳ ଛାଡିବାକୁ ପଡିଥିଲା। ୧୯୯୮ରେ ାସ ତୃଣମୂଳ କଂଗ୍ରେସ ଗଠନ କରିଥିଲେ। କେବଳ କଂଗ୍ରେସ ନୁହେଁ, ମମତା ଭାରତୀୟ ଜନତା ପାର୍ଟିର ପ୍ରତିଦ୍ୱନ୍ଦ୍ୱୀ ହୋଇଥିଲେ ମଧ୍ୟ ସେ ନେତୃତ୍ୱାଧୀନ ଏନଡିଏ ସରକାରରେ ମନ୍ତ୍ରୀ ମଧ୍ୟ ରହିଛନ୍ତି।

ତେବେ ଉଭୟ ଭାଜପା ଓ କଂଗ୍ରେସ ମମତାଙ୍କ କ୍ରୋଧର ଶିକାର ହୋଇଛନ୍ତି। ଯେତେବେଳେ ମମତା ଅଟଳ ବିହାରୀ ବାଜପେୟୀ ସରକାରରେ ରେଳ ମନ୍ତ୍ରୀ ଥିଲେ, ପ୍ରତିଦିନ କିଛି ସମସ୍ୟାକୁ ନେଇ ବିବାଦ ଘେରକୁ ଆସୁଥିଲେ। ପ୍ରତିଟି କଥାରେ ସେ ଜିଦ ଧରୁଥିଲେ। କେତେବେଳେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ହେଲେ ଜାତୀୟ ରାଜନୀତିକୁ ଉଠାଇବସାଇ ଦେଉ ନ ଥିଲେ।

ଜାନୁଆରୀ ୨୦୦୧ ପଶ୍ଚିମବଙ୍ଗର ହମିଦ ନାପୁରର ଛୋଟା ଅଙ୍ଗଡିଆ ଅଞ୍ଚଳରେ ହିଂସା ହୋଇଥିଲା। ଏଥିରେ ୧୧ ଟିଏମସି ସମର୍ଥକ ନିହତ ହୋଇଥିଲେ। ସିପିଏମ ବିରୋଧରେ ହିଂସା ଅଭିଯୋଗ ହୋଇଥିଲା। ଏବେଇ ପଶ୍ଚିମବଙ୍ଗର ବାମପନ୍ଥୀ ସରକାରଙ୍କୁ ବରଖାସ୍ତ କରିବାକୁ ମମତା ବାନାର୍ଜୀ ଅଡି ବସିଥିଲେ। କିନ୍ତୁ ବାଜପେୟୀ ସରକାର ଏଥିରେ ସହମତି ହୋଇ ନ ଥିଲେ।
ଏନେଇ ବାଜପେୟୀଙ୍କୁ ଭେଟିବା ପାଇଁ ମମତା ସଙ୍ଗେସଙ୍ଗେ ଦିଲ୍ଲୀରେ ପହଞ୍ଚି ଯାଇଥିଲେ। ସେ ତାଙ୍କ ବ୍ୟାଗରୁ ହାଡ଼ ସ ମଣିଷ ଖପୁରୀ ବାହାର କରି ସବୁକୁ ବାଜପେୟୀଙ୍କ ଟେବୁଲ ଉପରେ ରଖି ଦେଇଥିଲେ। ଯାହାକୁ ଦେଖି ବାଜପେୟୀ ହଠାତ୍‌ ତାଜୁବ ହୋଇ ଯାଇଥିଲେ। ବାଜପେୟୀ ମମତାଙ୍କ ରାଗକୁ ପ୍ରଶମିତ କରିବା ପାଇଁ କହିଥିଲେ, ଏହା ଏକ ଗୁରୁତର ବିଷୟ। କିନ୍ତୁ ରାଷ୍ଟ୍ରପତିଙ୍କ ଶାସନ ଲାଗୁ କରିବା ଗୃହ ମନ୍ତ୍ରଣାଳୟର କାମ। କେବଳ ତାଙ୍କ ସୁପାରିଶ ଅନୁଯାୟୀ କ୍ୟାବିନେଟ ନିଷ୍ପତ୍ତି ନେବ। ସେଥିପାଇଁ ତୁମେ ଆଡଭାନୀଙ୍କୁ ଭେଟି ଏ ସମ୍ପର୍କରେ ଜଣାଅ।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କୁ ପୁଣି ଧମକ

ମୁମ୍ବାଇ,୧୮ା୧୦: ଅଭିନେତା ସଲମାନ ଖାନଙ୍କୁ ପୁଣି ଧମକ ମିଳିଛି। ହ୍ବାଟ୍ସଆପ୍‌ରେ ମୁମ୍ବାଇ ଟ୍ରାଫିକ୍‌ ପୋଲିସକୁ ଏପରି ଧମକପୂର୍ଣ୍ଣ ମେସେଜ ଆସିଛି। ଏଥିରେ ସଲମାନଙ୍କଠାରୁ ୫ କୋଟି...

ଓଲଟା ସାମ୍ନା କରିବେ ନା ନିଜେ ଓଲଟି ଯିବେ ନୀତୀଶ? ପୁଣି ଅଡୁଆରେ ବିହାର ସରକାର

ପାଟନା,୧୭।୧୦: ବିହାରରେ ମଦ ଉପରେ ନିଷେଧାଦେଶ ଜାରି କରାଯାଇଥିବା ବେଳେ ଯେଉଁମାନେ ବେଆଇନ ମଦ ବ୍ୟବସାୟ କରୁଛନ୍ତି ସେମାନେ ପୁଣି ଥରେ ସରକାରଙ୍କୁ ଏକ ଶକ୍ତ...

ୟୁପିରେ ହେଉଛି ନକଲି ଏନକାଉଣ୍ଟର, ଯୋଗୀ ତାଙ୍କ ଆସନକୁ ବଞ୍ଚାଇବାକୁ…

ଲକ୍ଷ୍ନୌ,୧୭।୧୦: ଉତ୍ତର ପ୍ରଦେଶ ପୋଲିସ ଗୁରୁବାର ବହରାଇଚ ହିଂସା ଏବଂ ରାମ ଗୋପାଳ ମିଶ୍ରଙ୍କ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି। ଏହି ଏନକାଉଣ୍ଟରରେ ଦୁଇ...

କେଉଁଠୁ ଆସୁଛି ବିମାନକୁ ବୋମାରେ ଉଡାଇ ଦେବାର ଧମକ, ଗୁଇନ୍ଦା ଏଜେନ୍ସି ହାତରେ ଲାଗିଲା ବଡ ତଥ୍ୟ

ନୂଆଦିଲ୍ଲୀ,୧୭।୧୦: ସୋସିଆଲ ମିଡିଆରେ ବିଭିନ୍ନ ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିବାର କିଛି ଦିନ ପରେ କେନ୍ଦ୍ରୀୟ ଗୁପ୍ତଚର ସଂସ୍ଥା ଲଣ୍ଡନ ଏବଂ ଜର୍ମାନୀର...

ବିଦେଶରେ ବସିଥିବା ଲୋକ ଚଲାଉଛନ୍ତି କଂଗ୍ରେସ ଅଧ୍ୟକ୍ଷଙ୍କ ଫେସବୁକ ଆକାଉଣ୍ଟ, ଖାର୍ଗେଙ୍କ ଉପରେ ବଡ ଅଭିଯୋଗ

ନୂଆଦିଲ୍ଲୀ,୧୭।୧୦: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନାମରେ ଏକ ଭେରିଫାଏଡ ଫେସବୁକ ପେଜ୍‌କୁ ଦର୍ଶାଇ ଭାଜପା ଅଭିଯୋଗ କରିଛି ଯେ କଂଗ୍ରେସ ଅଧ୍ୟକ୍ଷଙ୍କ ଇଣ୍ଟରନେଟ ମିଡିଆ...

 ସରକାରଙ୍କ ଚିନ୍ତା ବଢ଼ାଉଛି ବିଷାକ୍ତ ମଦ ମୃତ୍ୟୁ

ପାଟନା,୧୭ା୧୦: ୨୦୧୬ରୁ ମଦକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା ବିହାରରେ ମଦମୃତ୍ୟୁ। ରାଜ୍ୟର ସିଓ୍ବାନ ଏବଂ ସରନ୍‌ ଜିଲାରେ ବିଷାକ୍ତ ମଦ ପିଇ ଅନୂ୍ୟନ ୨୫ ଜଣ...

ଦିଲ୍ଲୀରୁ କେଜରିଓ୍ବାଲଙ୍କ ବିଦାୟ ହେବା ନିଶ୍ଚିତ: ବିରେନ୍ଦ୍ର ସଚଦେବା

ନୂଆଦିଲ୍ଲୀ,୧୭।୧୦: ଦିଲ୍ଲୀ ଭାଜପା ରାଜ୍ୟ ସଭାପତି ବିରେନ୍ଦ୍ର ସଚଦେବ ଗୁରୁବାର ଆଇଏନଏସ ସହ କଥାବାର୍ତ୍ତା ବେଳେ କେଜରିୱାଲଙ୍କ ଚିଠି ଏବଂ କଂଗ୍ରେସର ‘ନ୍ୟାୟ-ରଥ’କୁ ନେଇ ପ୍ରତିକ୍ରିୟା...

ତମନ୍ନା ଭାଟିଆଙ୍କୁ ଜେରା କଲା ଇଡି, କାହିଁକି ଜାଣନ୍ତୁ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ପଚରାଉଚରା କରୁଛି। ମହାଦେବ ବେଟିଂ ଆପ୍‌ ସହାୟକ ଆପ ଫେୟାର ପ୍ଲେରେ ଆଇପିଏଲ ମ୍ୟାଚକୁ ପ୍ରମୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri