Posted inଜାତୀୟ

ଓମ ବିର୍ଲାଙ୍କୁ ନେଇ ଯେତେବେଳେ ବାଚସ୍ପତି ଆସନ ପାଖରେ ପହଞ୍ଚିଲେ ମୋଦି-ରାହୁଲ, ପୋଡିୟମ ଉପରେ ହେଲା ଏମିତି କିଛି…

ନୂଆଦିଲ୍ଲୀ,୨୬।୬: ଲୋକ ସଭା ବାଚସ୍ପତି ପଦବୀକୁ ନେଇ ସରକାର ଓ ବିରୋଧୀଙ୍କ ମଧ୍ୟରେ ଚାଲିଥିବା ବିବାଦରେ ଆଜି ପୂର୍ଣ୍ଣଚ୍ଛେଦ ପଡିଛି। ଭାଜପା ଏମପି ଓମ ବିର୍ଲା ୧୮ତମ ଲୋକ ସଭାର ବାଚସ୍ପତି ଭାବରେ ନିର୍ବାଚିତ ହୋଇଛନ୍ତି। ତାଙ୍କ ବିରୋଧରେ କେ ସୁରେଶଙ୍କୁ ପ୍ରାର୍ଥୀ କରାଯାଇଥିଲା। ବିର୍ଲା ବାଚସ୍ପତି ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିରୋଧୀ ଦଳ ନେତା ରାହୁଲ ଦୁହେଁ ଏକାଠି ମିଶି ତାଙ୍କୁ ବାଚସ୍ପତି ଆସନ ପାଖକୁ ନେଇଥିଲେ।

ଏହାପୂର୍ବରୁ ବୁଧବାର ମୋଦ ଲୋକ ସଭାରେ ଓମ ବିର୍ଲାଙ୍କୁ ଲୋୟର ହାଉସର ବାଚସ୍ପତି ଭାବରେ ଚୟନ କରିବାକୁ ଏକ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ତାଙ୍କ ପରେ ଲଲାନ ସିଂ, ଜିତନ ରାମ ମଝୀ, ଅମିତ ଶାହା, ଚିରାଗ ପାସୱାନ, ଏଚଡି କୁମାରସ୍ବାମୀ ଏବଂ କିଞ୍ଜାରାପୁ ରାମ ମୋହନ ନାଇଡୁ ମଧ୍ୟ ଓମ ବିର୍ଲାଙ୍କୁ ଲୋୟର ହାଉସର ବାଚସ୍ପତି ଭାବରେ ଚୟନ କରିବାକୁ ଏକ ପ୍ରସ୍ତାବ ଉପସ୍ଥାପନ କରିଥିଲେ।

ଏହାପରେ ଭାଜପା ଏମପି ଓମ ବିର୍ଲା ୧୮ତମ ଲୋକ ସଭାର ବାଚସ୍ପତି ଭାବରେ ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ତାଙ୍କୁ ବାଚସ୍ପତିଙ୍କ ଚେୟାରକୁ ନେଇଥିଲେ। ଏହି ସମୟରେ ପୁରା ଗୃହ କରତାଳିରେ କମ୍ପିବାକୁ ଲାଗିଲା। ଚେୟାର ପାଖକୁ ଯିବା ପୂର୍ବରୁ ଆଗରେ ମୋଦି ଏବଂ ପଛପଛେ ରାହୁଲ ଚାଲୁଥିଲେ। ଲୋକ ସଭା ଅଧିବେଶନର ସ୍ବତନ୍ତ୍ର ଅଧିବେଶନରେ ଏକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଦୁହେଁ ଆଗ ପଛ ହୋଇ ପହଞ୍ଚିବା ପରେ ବାଚସ୍ପତି ଆସନରେ ଓମ ବିର୍ଲାଙ୍କୁ ଶୁଚ୍ଛୋ ଜଣାଇଥିଲେ। ପ୍ରତିଟି ପ୍ରସଙ୍ଗରେ ମୁହାଁମୁହିଁ ହେଉଥିବା ଦୁଇ ଶକ୍ତିଶାଳୀ ନେତାଙ୍କୁ ଏକାଠି ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିଲା। କହିବାକୁ ଗଲେ, ଏହା ତ ଆରମ୍ଭ ମାତ୍ର। ଅର୍ଥାତ୍‌ ବିରୋଧୀ ଦଳ ନେତା ଭାବେ ଏବେ ରାହୁଲ ସରକାରଙ୍କ ପ୍ରତିଟି ନିଷ୍ପତ୍ତିରେ ଉପସ୍ଥିତ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା: ମିଳିବ ମାଗଣା…

ଚଣ୍ଡିଗଡ଼,୨୯ା୯: ଅକ୍ଟୋବର ୫ରେ ହରିୟାଣା ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ଶନିବାର କଂଗ୍ରେସ ନିର୍ବାଚନୀ ଇସ୍ତାହାର ଜାରି କରିଛି। ଏଥିରେ କୃଷକମାନଙ୍କ କଲ୍ୟାଣ ପାଇଁ କମିଶନ...

ନେପାଳ ବନ୍ୟାରେ ୬୬ ମୃତ

କାଠମାଣ୍ଡୁ, ୨୯।୯: ଲଗାଣ ବର୍ଷା ଯୋଗୁ ନେପାଳରେ ଶୁକ୍ରବାରଠାରୁ ବନ୍ୟାସ୍ଥିତି ଗମ୍ଭୀର ରୂପ ଧାରଣ କରିବାରେ ଲାଗିଛି। ବନ୍ୟା ଏବଂ ଭୂସ୍ଖଳନ ପ୍ରଭାବରେ ଦେଶରେ ଶନିବାର...

ଆଣ୍ଟିବାୟୋଟିକ୍‌ ନେଇଥିବା ୧୬ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର

ନିମୁଚ୍‌,୨୮ା୯: ମଧ୍ୟପ୍ରଦେଶର ନିମୁଚ୍‌ ଜିଲା ହସ୍ପିଟାଲ ଶିଶୁରୋଗ ବିଭାଗରେ ଭର୍ତ୍ତି ହୋଇଥିବା ଅନୂ୍ୟନ ୧୬ ଜଣ ପିଲାଙ୍କୁ ଶୁକ୍ରବାର ରାତିରେ ଆଣ୍ଟିବାୟୋଟିକ୍‌ ସେଫ୍‌ଟ୍ରିଆକ୍ସନ ଇଞ୍ଜେକ୍‌ଶନ ଦିଆଯାଇଥିଲା।...

ଟାଟା ଇଲେକ୍ଟ୍ରୋନିକ୍ସ କାରଖାନାରେ ବଡ଼ ଧରଣର ଅଗ୍ନିକାଣ୍ଡ

ହୋସୁର,୨୮ା୯: ତାମିଲନାଡୁର କ୍ରିଷ୍ଣାଗିରି ଜିଲାରେ ଥିବା ଟାଟା ଇଲେକ୍ଟ୍ରୋନିକ୍ସ ପ୍ରା. ଲିଃର ଇଲେକ୍ଟ୍ରୋନିକ ଉପକରଣ କାରଖାନାରେ ଶନିବାର ନିଆଁ ଲାଗିଯାଇଛି। କାରଖାନା ପରିସରରେ ଥିବା ରାସାୟନିକ...

ବାଣ କାରଖାନାରେ ଶ୍ରମିକମାନେ କରୁଥିଲେ କାମ: ଘଟିଲା ଭୟଙ୍କର ବିସ୍ଫୋରଣ

ଚଣ୍ଡିଗଡ଼,୨୮ା୯: ହରିୟାଣାର ସୋନିପତ୍‌ ଜିଲାରେ ଥିବା ଏକ ବେଆଇନ ବାଣ କାରଖାନାରେ ଶନିବାର ବିସ୍ଫୋରଣ ଘଟି ୨ ମହିଳା ଓ ଜଣେ ପିଲାଙ୍କ ମୃତ୍ୟୁ ଘଟିବା...

ଭାଜପାର ବଡ଼ ପ୍ଲାନ, ଜେପି ନଡ୍ଡାଙ୍କ ସ୍ଥାନ ନେବେ ବସୁନ୍ଧରା ରାଜେ!

ନୂଆଦିଲ୍ଲୀ,୨୮।୯: ପୁଣି ଥରେ ଭାଜପା ଏକ ବଡ ମାଷ୍ଟରଷ୍ଟ୍ରୋକ ଖେଳିବାକୁ ଯାଉଛି। ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟନୁସାରେ ଦଳର ହାଇକମାଣ୍ଡ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା...

କୋଲକାତାରେ ପୁଣି ଲଜ୍ଜ୍ୟା: ବନ୍ଧୁକ ମୁନରେ ଆଇଏଏସଙ୍କ ସ୍ତ୍ରୀଙ୍କୁ ବଳାତ୍କାର, ପୋଲିସ ତଦନ୍ତକୁ ନେଇ ଉଠିଲା ପ୍ରଶ୍ନ

କୋଲକାତା,୨୮।୯: ଆର.ଜି କର ମେଡିକାଲ ଏବଂ ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ପୋଲିସର ଭୂମିକା ଉପରେ ପ୍ରଶ୍ନ ଉଠି ସାରିଛି। ତେବେ...

ସେଦିନ ଅଧରାତିରେ ଲେଖାଯାଇଥିଲା ନୂଆ ଭାରତର ପଟ୍ଟକଥା: ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟାଳୟ ଥିଲା ଚଳଚଞ୍ଚଳ

୨୮ ସେପ୍ଟେମ୍ବର ୨୦୧୬। ଏହି ଦିନ ରାତିରେ ସମଗ୍ର ଦେଶ ଶୋଇଥିଲା, କିନ୍ତୁ ଚଳଚଞ୍ଚଳ ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟାଳୟ। ପାକିସ୍ତାନ ସୀମାରେ ପ୍ରବେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri