ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ଚେୟାରମ୍ୟାନ୍ ତଥା ମ୍ୟାନେଜିଂ ଡାଇରେକ୍ଟର ମୁକେଶ ଅମ୍ବାନୀଙ୍କ ସହ ଜଡିତ ପ୍ରତିଟି ଟିକିନିକି ଖବର ଲୋକମାନେ ଜାଣିବାକୁ ଚାହିଁଥାନ୍ତି। ଭାରତର ସବୁଠାରୁ ଧନୀ ଦମ୍ପତି ମୁକେଶ ଏବଂ ନୀତ କିପରି ବଞ୍ଚୁଛନ୍ତି ତାହା ଜାଣିବାକୁ ଲୋକଙ୍କର ଖୁବ୍ ଆଗ୍ରହ। ତେଣୁ ନିଜ ଜୀବନରେ ବିତିଥିବା ଭଲ ଏବଂ ଖରାପ ସମୟ ବିଷରେ ଉଭୟ ନୀତା ଏବଂ ମୁକେଶ ଅନେକ ସାକ୍ଷାତକାରରେ କହିସାରିଛନ୍ତି। ଏକ ସାକ୍ଷାତକାରେରେ ନୀତା କହିଥିଲେ ଯେ, ଏକଦା ତାଙ୍କ ଝିଅ ଈଶା ମୁମ୍ବାଇ ରାସ୍ତାରେ ବସି କାନ୍ଦୁଥିଲେ।
ନୀତା ଭାରତନାଟ୍ୟମ ନୃତ୍ୟଶିଳ୍ପୀ। ଏକ ସାକ୍ଷାତକାରରେ ସେ କହିଥିଲେ, ଈଶାକୁ ଭାରତନାଟ୍ୟମ ଶିଖାଇବା ପାଇଁ ଘର ନିକଟ ଏକ ନୃତ୍ୟ କ୍ଲାସ୍ରେ ଆଡ୍ମିଶନ କରାଇଥିଲେ। ସେତେବେଳେ ଈଶାଙ୍କ ବୟସ ୫ ବର୍ଷ ଥିଲା। ସବୁଦିନ କିହି ନା କେହି ତାଙ୍କୁ ନୃତ୍ୟ କ୍ଲାସ୍ରେ ଛାଡିବାକୁ ଯାଉଥିଲେ। ଏକଦା ରାସ୍ତା ମନେ ରଖିବା ପାଇଁ ନୀତା ତାଙ୍କୁ ଏକାକି ପଠାଇଥିଲେ। ମାତ୍ର ଈଶାଙ୍କର ରାସ୍ତା ମନେ ନ ଥିଲା। ସେ ରାସ୍ତା ନ ପାଇଁ ଏକ କଡ଼ରେ ବଶି ଜୋରରେ କାନ୍ଦିବାକୁ ଲାଗିଥିଲେ। ଏହାପରଠାରୁ ଈଶା ନୃତ୍ୟ ଶିଖିବା ଛାଡିଦେଇଥିଲେ ବୋଲି ନୀତା କହିଥିଲେ।
୨୯ ବର୍ଷୀୟା ଈଶା ୨ ବର୍ଷ ପୂର୍ବେ ପୀରାମଲ ଗ୍ରୁପ୍ର ଆନନ୍ଦ ପୀରାମଲଙ୍କୁ ବିବାହ କରିଥିଲେ।