Advertisement

ଅସୁବିଧାରେ ପଡ଼ିଲେ ମଣିଷ ବାଧ୍ୟ ହୁଏ କରଜ କରିବାକୁ କରଜରୁ ମୁକ୍ତି ଚାହୁଁଥିଲେ

ଅସୁବିଧାରେ ପଡ଼ିଲେ ମଣିଷ ବାଧ୍ୟ ହୁଏ କରଜ କରିବାକୁ। ଆଉ ଠିକ୍‌ ସମୟରେ ଶୁଝିଦେଲେ ମନକୁ ଶାନ୍ତି ମିଳେ। କିନ୍ତୁ ବେଳେବେଳେ ଦେଖାଯାଏ, ଯେତେ ଚାହିଁଲେ ବି କିଛି ନା କିଛି ସମସ୍ୟା ଆସି ସୁଝି ହୁଏନା। ଏଥିପାଇଁ ବାସ୍ତୁରେ ରହିଛି କିଛିଟା ପ୍ରତିକାର…

* ଉତ୍ତର ଦିଗକୁ ପ୍ରଭୁ କୁବେରଙ୍କ ଦିଗ ବୋଲି କୁହାଯାଏ। ଏହି ଦିଗରେ ଟ୍ରେଜେରି ବା ଟଙ୍କାପଇସା ରଖାଯାଉଥିବା ଆଲମାରୀ ରଖିଲେ ଆର୍ଥିକ ଅଭିବୃଦ୍ଧି ହେବା ସହ କରଜ ଶୁଝିବାର କ୍ଷମତା ବଢ଼ିଥାଏ ବୋଲି ବିଶ୍ୱାସ ରହିଛି।
* ବାସ୍ତୁଶାସ୍ତ୍ର ଅନୁଯାୟୀ, ଉତ୍ତର ଦିଗକୁ ଶୁଭ ଊର୍ଜାର କେନ୍ଦ୍ର ବୋଲି କୁହାଯାଏ। ଏହି ଦିଗରେ ମାତା ଲକ୍ଷ୍ମୀ ଓ ଭଗବାନ କୁବେରଙ୍କ ମୂର୍ତ୍ତି କିମ୍ବା ଫଟୋ ରଖି ନିଷ୍ଠାର ସହ ପ୍ରତିଦିନ ତାଙ୍କୁ ପୂଜାକଲେ, ଧନପ୍ରାପ୍ତି ହେବା ସହ ପରିବାରରେ ଶାନ୍ତି ବଢ଼ିଥାଏ। ତା’ସହ ଶୀଘ୍ର କରଜ ଶୁଝିବାର ଉପାୟ ବି ମିଳିଥାଏ।
* ପ୍ରତି ଶନିବାର ସକାଳୁ ଶୁଦ୍ଧପୂତ ହୋଇ ଅଶ୍ୱତ୍ଥ ବୃକ୍ଷ ମୂଳରେ ଦୀପ ଜାଳିବା ସହ ବୃକ୍ଷର ପରିକ୍ରମାକରି ଶୀଘ୍ର କେମିତି କରଜମୁକ୍ତି ହେବେ ସେଥିପାଇଁ ପ୍ରାର୍ଥନା କଲେ, ମନସ୍କାମନା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି।
* କରଜ ଶୁଝିବା ପାଇଁ ମଙ୍ଗଳବାରକୁ ଶୁଭବାର ବୋଲି କୁହାଯାଏ। କାରଣ ଏହି ବାର ସଙ୍କଟମୋଚନ ପ୍ରଭୁ ହନୁମାନଙ୍କୁ ସମର୍ପିତ। ତେଣୁ ଏହିଦିନ ଯାହାଠାରୁ କରଜ ଆଣିଥିବେ, ତାଙ୍କୁ ଶୁଝିଦେଲେ ଆର୍ଥତ୍କ ସ୍ଥିତି କ୍ରମେ ସୁଧୁରିଯାଏ ବୋଲି ଲୋକବିଶ୍ୱାସ ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel