ଅଲିମ୍ପିକ୍ସରୁ ଫେରିଥିବା ଖେଳାଳିଙ୍କୁ ଏମିତି କି ପ୍ରଶ୍ନ ପଚାରିଦେଲେ ମୋଦି, ଯାହାକୁ ଶୁଣି ହସିବାକୁ ଲାଗିଲେ ମନୁ ଭାକର

ନୂଆଦିଲ୍ଲୀ,୧୬।୮: ପ୍ୟାରିସ ଅଲିମ୍ପିକ୍ସରୁ ଫେରିଥିବା ଭାରତୀୟ ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ଖେଳାଳିଙ୍କ ସହ କ’ଣ କଥା ହୋଇଛନ୍ତି ସେ ସମ୍ପର୍କରେ ସୂଚନା ସାମ୍ନାକୁ ଆସିଛି। ପିଏମ ମୋଦି ନିଜେ ଏକ ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ସେ ଖେଳାଳିଙ୍କ ସହ ମିଠା ଏବଂ ଖଟା ବାର୍ତ୍ତାଳାପ କରୁଥିବା ନଜର ଆସିଛନ୍ତି। ପିଏମ ମୋଦି କେବଳ ଖେଳାଳିଙ୍କ ମନୋବଳ ବଢାଇ ନାହାଁନ୍ତି ବରଂ ଖେଳାଳିଙ୍କ ଅନୁଭୂତି ମଧ୍ୟ ଶୁଣିଥିଲେ। ଏହି ସମୟରେ ପିଏମ ମୋଦି ଖେଳାଳିଙ୍କୁ ଏପରି ପ୍ରଶ୍ନ ପଚାରିଛନ୍ତି ଯାହାକୁ ଶୁଣି ଯେ ଆଗ ଧାଡିରେ ବସିଥିବା ମନୁ ଭାକର ହସିବାକୁ ଲାଗିଥିଲେ।

ଭିଡିଓ ଅନୁଯାୟୀ, ପିଏମ ମୋଦି ପ୍ରଥମେ ଖେଳାଳିମାନଙ୍କୁ ପଚାରଛନ୍ତି ଆପଣ କେତେଜଣ ହାରିବା ପରେ ଆସିଛନ୍ତି। ଏହା ଉପରେ ପ୍ୟାରିସ ଅଲିମ୍ପିକ୍ସରେ ହାରିଥିବା ଭାରତୀୟ ଖେଳାଳିମାନେ ହାତ ଉପରକୁ ଟେକିଥିଲେ। ଏହା ଉପରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସର୍ବପ୍ରଥମେ ମନରୁ ବାହାର କରିଦିଅ ଆପଣମାନେ ହାରିଯାଇଛନ୍ତି। ଆପଣମାନେ ଦେଶର ଝଣ୍ଡାକୁ ଉଚ୍ଚା କରି ଆସିଛନ୍ତି ଏବଂ ଆପଣ କିଛି ଶିଖି କରି ଆସିଛନ୍ତି। କ୍ରୀଡା ହେଉଛି ଏକମାତ୍ର କ୍ଷେତ୍ର ଯେଉଁଠାରେ କେହି ହାରନ୍ତି ନାହିଁ। ସମସ୍ତେ ଜିତନ୍ତି । ସେଥିପାଇଁ ମୁଁ ଜାଣିଶୁଣି କହିଲି, ହାତ ଉଠାନ୍ତୁ।

ମୋଦି ଆହୁରି କହିଛନ୍ତି, ଆମେ ପଛରେ ରହିଗଲୁ ବୋଲି କେବେ ଭାବିବନାହିଁ। ବହୁତ କିଛି ଜାଣିବାକୁ ହେବ। ଆପଣମାନେ ମୋ ସହ ସହମତ କି? ଏହିପରି ନୁହେଁ, ମୋତେ ଉଚ୍ଚ ସ୍ବରରେ କୁହ। ଆପଣମାନେ ଖେଳାଳୀ ଅଟନ୍ତି । ପିଏମ ମୋଦିଙ୍କ ଏହି କଥା ଶୁଣି ଖେଳାଳିମାନେ ହସିବାକୁ ଲାଗିଲେ। ଆପଣ ପଡ଼ିଆରେ କ’ଣ କରିଛନ୍ତି ତାହା ସମଗ୍ର ବିଶ୍ୱ ଦେଖିଲା ।

Share