ପ୍ରିୟଙ୍କା ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇବା ସମୟରେ ରାଗି ଯାଇଥିଲେ ଏହି ନିର୍ଦ୍ଦେଶକ

ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ମଡେଲିଂ ଦୁନିଆରେ ନିଜର କ୍ୟାରିଅର୍‌ ଆରମ୍ଭ କରିଥିଲେ ହେଁ ବଲିଉଡ୍‌ରୁ ଯାଇ ସେ ହଲିଉଡ୍‌ରେ ପହଞ୍ଚତ୍ ପାରିଛନ୍ତି। ଆଜିର ଦିନରେ ପ୍ରିୟଙ୍କା ବିଶ୍ୱସ୍ତରୀୟ ଏକ ଆଇକନ ପାଲଟିଛନ୍ତି। ତାଙ୍କର ପ୍ରଶଂସକମାନେ ପ୍ରିୟଙ୍କାଙ୍କ ଅଭିନୀତ ଫିଲ୍ମ ଦେଖିବା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି। ଏହି ସଫଳତା ହାସଲ କରିବା ପାଇଁ ପ୍ରିୟଙ୍କା କଠିନ ପରିଶ୍ରମ ସହିତ ଏକ ଦୀର୍ଘ ରାସ୍ତା ଅତିକ୍ରମ କରିଛନ୍ତି। ଏଥିରେ କୌଣସି ସନ୍ଦେହ ନାହିଁ। ଅନେକ ଘାତ ପ୍ରତିଘାତ ମଧ୍ୟରେ ପ୍ରିୟଙ୍କା ସଫଳତା ଛୁଇଁଛନ୍ତି। କିନ୍ତୁ ଏକ ସତ କଥା ହେଲା କିଛି ଲୋକ ପ୍ରିୟଙ୍କାଙ୍କ ସଫଳତାକୁ ଆଦୌ ସହି ପାରନ୍ତି ନାହିଁ।

୨୦୦୯ରେ ଆୟୋଜିତ ହୋଇଥିବା ‘ଫିଲ୍ମଫେୟାର’ ପୁରସ୍କାର ଶୋ’ରେ ଏକ ଅଜବ କଥା ଘଟିଥିଲା। ଯେଉଁଥିରେ ପ୍ରିୟଙ୍କା ଫିଲ୍ମ ‘ଫ୍ୟାଶନ’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ। କିନ୍ତୁ ନିର୍ଦ୍ଦେଶକ ଆଶୁତୋଷ ଗୋଓ୍ବାରିକର ଏହି କଥାକୁ ଆଦୌ ପସନ୍ଦ କରି ନ ଥିଲେ, ଯେଉଁଥିପାଇଁ ସେ ପ୍ରିୟଙ୍କାଙ୍କ ଅପମାନିତ କରିଥିଲେ। ଯେତେବେଳେ ପ୍ରିୟଙ୍କା ପୁ୍‌ରସ୍କାର ପାଇଁ ଷ୍ଟେଜ୍‌କୁ ଯାଇଥିଲେ ସେହି ସମୟରେ ଆଶୁତୋଷ ମଧ୍ୟ ଯାଇଥିଲେ। ସେ ପ୍ରିୟଙ୍କାଙ୍କୁ ସେହି ମଞ୍ଚରେ କହିଥିଲେ ମୁଁ ତ ବୁଝି ପାରୁନାହିଁ ତୁମେ କେମିତି ପୁରସ୍କାର ପାଉଛ। କାରଣ ଐଶ୍ୱର୍ଯ୍ୟା ରାୟ ‘ଯୋଧ୍ୟା ଆକବର’ ପାଇଁ ପୁରସ୍କାର ପାଇବା କଥା। ମୁଁ ମାନୁଛି ତୁମେ କଠିନ ପରିଶ୍ରମ କର କିନ୍ତୁ ଐଶ୍ୱର୍ଯ୍ୟା ନ୍ୟାଚୁରାଲ କରନ୍ତି। ଏକଥା ଜୟା ବଚ୍ଚନ ମଧ୍ୟ କହୁଥିଲେ।

ଏହା ଶୁଣି ପ୍ରିୟଙ୍କା ଆଶୁତୋଷଙ୍କୁ କିଛି ପ୍ରତିକ୍ରିୟା ଦେଇ ନ ଥିଲେ ସତ। ମାତ୍ର ତାଙ୍କ ନିକଟତମ ଲୋକଙ୍କୁ ଆଶୁତୋଷ କରିଥିବା ଅପମାନ ସମ୍ପର୍କରେ କହିଥିଲେ। କହିଥିଲେ ମୋତେ ଏ କଥା ବହୁତ ଖରାପ ଲାଗିଲା।

Share