କାଟ୍ରିନାଙ୍କୁ ପ୍ରପୋଜ ବେଳେ ଏମିତି କହି ମନେଇବାକୁ ଚାହିଁଥିଲେ ଭାଇଜାନ

ବଲିଉଡ୍‌ର ଜଣାଶୁଣା ଅଭିନେତା ସଲମାନ ଖାନ ଏବଂ କାଟ୍ରିନା କୈଫଙ୍କ ସମ୍ପର୍କ ପାୟ ସବୁ ସମୟରେ ଚର୍ଚ୍ଚାରେ ରହିଆସିଛି। ଉଭୟ ଏକାଠି ଅନେକ ଫିଲ୍ମ ମଧ୍ୟ କରିଛନ୍ତି। ଦର୍ଶକ ଉଭୟଙ୍କ ଯୋଡିକୁ ପସନ୍ଦ ମଧ୍ୟ କରନ୍ତି। ଏପରିକି ସଲମାନ ଥରେ କାଟ୍ରିନାଙ୍କୁ ପ୍ରପୋଜ କରିଥିଲେ, ମାତ୍ର କାଟ୍ରିନାଙ୍କ ପ୍ରତିକ୍ରିୟା ତାଚ୍ଛଲ୍ୟପୂର୍ଣ୍ଣ ଥିଲା।
ଇତିମଧ୍ୟରେ ଦୀର୍ଘ ସମୟ ବିତିସାରିଛି। ସଲମାନ କାଟ୍ରିନାଙ୍କୁ ପ୍ରପୋଜ କରି କହିଥିଲେ ଯେ, ମୋର ବିବାହ ବୟସ ହୋଇ ସାରିଛି। ତୁମେ ମୋର ପସନ୍ଦ, ତୁମେ ମୋତେ ବିବାହ କରିବାକୁ ଚାହୁଁଛ? ପରେ କାଟ୍ରିନା ଜୋରରେ ହସିବାକୁ ଲାଗିଥିଲେ।

Share