୧୦ଦିନ ପର୍ଯ୍ୟନ୍ତ ସଂରକ୍ଷିତ ରହିବ ମହାରାଣୀଙ୍କ ମର ଶରିର

ଲଣ୍ଡନ,୯ ।୯: ମହାରାଣୀ ଏଲିଜାବେଥ ୨ୟଙ୍କ ପରଲୋକ ପରେ ଏବେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଲାଇନ ଲାଗିବା ଆରମ୍ଭ ହୋଇଯାଇଛି । ଲୋକେ ତାଙ୍କ ପରଲୋକ ଖବର ଶୁଣି ଭାବୁକ ହୋଇଯାଇଛନ୍ତି । ଆଉ ସମସ୍ତଙ୍କ ମନରେ ଗୋଟିଏ କଥା କେବେ ହେବ ମହାରାଣୀଙ୍କ ଅନ୍ତିମ ସଂସ୍କାର ଅର୍ଥାତ୍ କେବେ ତାଙ୍କୁ କବର ଦିଆଯିବ । ତା’ହେଲେ ଲୋକେ ତାଙ୍କୁ ଅନ୍ତିମ ବିଦାୟ ଦେଇପାରିବେ । ଗତବର୍ଷ ମିଳିଥିବା ଏକ ରିପୋର୍ଟ ଅନୁଯାୟୀ ଯାହା ସୂଚନା ରହିଛି ଏଲିଜାବେଥଙ୍କ ମର ଶରିର ୧୦ ଦିନ ପର୍ଯ୍ୟନ୍ତ ସଂରକ୍ଷିତ ହୋଇ ରହିବ ।
୨୦୨୧ରେ ଏକ ଆମେରିକୀୟ ନ୍ୟୁଜ ୱେବ ସାଇଟରେ ଆସିଥିବା ରିପୋର୍ଟରେ ମହାରାଣୀଙ୍କ ଅନ୍ତିମ ସଂସ୍କାର ସମ୍ପର୍କିତ କିଛି ତଥା ମିଳିଥିଲା । ଏହି ରିପୋର୍ଟ ‘ଅପରେଶନ ଲଣ୍ଡନ ବ୍ରିଜ’ ସହ ଜଡିତ । ଯାହା ମହାରାଣୀଙ୍କ ମୃତ୍ୟୁ ପରେ କେମିତି ହେବ ଅନ୍ତିମ ସଂସ୍କାର ତାକୁ ନେଇ ପ୍ରସ୍ତୁତ କରାଯାଇଥିଲା । ଏହି ରିପୋର୍ଟ ଅନୁଯାୟୀ, ମହାରାଣୀ ଏଲିଜାବେଥ ୨ୟଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ପୁରା ୧୦ ଦିନ ପର୍ଯ୍ୟନ୍ତ ଚାଲିବ । ତାଙ୍କର ମର ଶରିରକୁ ସଂସଦରେ ୩ ଦିନ ରଖାଯିବ । ତାଙ୍କ ଅନ୍ତିମ ସଂସ୍କାର ବା ତାଙ୍କୁ କବର ଦେବା ପୂର୍ବରୁ ତାଙ୍କର ଉତ୍ତରାଧିକାର ପୁଅ ପ୍ରିନ୍ସ ଚାର୍ଲସ ପୁରା ଦେଶ ଯାତ୍ରା କରିବେ । ଏଥିରେ ୟୁକେ ଭିତରେ ଆସୁଥିବା ସମସ୍ତ ଦେଶ ସାମିଲ ରହିଛି ।
ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ମହାରାଣୀ ଏଲିଜାବେଥ ୨ୟଙ୍କ ମର ଶରିରକୁ ପ୍ରିନ୍ସ ଫିଲିପଙ୍କ ନିକଟରେ କବର ଦିଆଯିବ । ଗତ ବର୍ଷ ଆସିଥିବା ଏହି ରିପୋର୍ଟ ଅନୁଯାୟୀ, ମହାରାଣୀଙ୍କ ଅନ୍ତିମ ସଂସ୍କାର ଦିନ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ । ଏହିଦିନ ସମ୍ପୁର୍ଣ୍ଣ ଦେଶ ଛୁଟି ରହିବ । ସମସ୍ତ ସରକାରୀ ବେସରକାରୀ ସ୍କୁଲ, କଲେଜ, କମ୍ପାନୀ, କାର୍ଯ୍ୟାଳୟ ବନ୍ଦ ରହିବ । ମାହାରାଣୀ ଏଲିଜାବେଥ ୨ୟଙ୍କ ମୃତ୍ୟୁ ଦିବସକୁ ‘ଡି-ଡେ’ ଭାବେ ପାଳନ କରାଯିବ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି । ତେବେ ମହାରାଣୀଙ୍କ ମର ଶରିରକୁ ୧୦ ଦିନ ପରେ କବର ଦିଆଯିବ । ଏବେ ପର୍ଯ୍ୟନ୍ତ ଏହି ସୂଚିରେ କୌଣସି ପରିବର୍ତ୍ତନ ହୋଇଛି କି ନା ତା’ର ସୂଚନା ମିଳି ନାହିଁ ।

Share