ବଲିଉଡ୍ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ନିଜର ଫିଟ୍ନେସ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ୪୫ ବର୍ଷରେ ମଧ୍ୟ ସେ ପୁରା ଫିଟ୍ ଅଛନ୍ତି। ତେଣୁ ଶିଳ୍ପା ଏବଂ ରାଜ କୁନ୍ଦ୍ରାଙ୍କ ଯୋଡିକୁ ବହୁତ ପସନ୍ଦ କରାଯାଏ। ଏବେ ଏହି ଯୋଡିଙ୍କ ପ୍ରପୋଜ ଏବଂ ବିବାହ ବିଷୟରେ ଏକ କଥା ସାମ୍ନାକୁ ଆସିଛି।
ରାଜ ଅନେକ ଥର ଶିଳ୍ପାକୁ ଦାମୀ ଉପହାର ଦେଇଛନ୍ତି। ତାହା ମହଙ୍ଗା ଗାଡି ହେଉ ଅବା ଡ୍ରେସ। କିନ୍ତୁ ଶିଳ୍ପାଙ୍କୁ ବିବାହ ପୂର୍ବରୁ ସବୁଠାରୁ ବଡ଼ ସରପ୍ରାଇଜ୍ ମିଳିଥିଲା। ଏହି ସମୟ ତାଙ୍କ ପାଇଁ ସବୁଠାରୁ ଖାସ୍ ମଧ୍ୟ ଥିଲା। ରାଜ ଶିଳ୍ପାଙ୍କୁ ପ୍ରପୋଜ କରିବା ପାଇଁ ୫ କ୍ୟାରେଟର ଏକ ହୀରା ମୁଦି ଦେଇଥିଲେ। ଖାଲି ସେତିକି ନୁହେଁ ଏକ ପୁରା ହଲ୍କୁ ସେ ବୁକ୍ କରି ଦେଇଥିଲେ। ମାତ୍ର ଶିଳ୍ପାଙ୍କୁ ଏହିସବୁ ଅଜବ ଲାଗିଥିଲା। ମାତ୍ର ୫ କ୍ୟାରେଟର ମୁଦି ବୋଲି ସେ ଅନୁଭବ କରିଥିଲେ। ତେଣୁ ସେ ହଁ କରିବାକୁ କିଛି ସମୟ ନେଇଥିଲେ। ତେବେ ଏହାର କିଛି ସମୟ ପରେ ରାଜ ତାଙ୍କୁ କହିଥିଲେ ବିବାହ ମୁଦି ଏହାଠାରୁ ବଡ଼ ହେବ। ଏହାପରେ ରାଜ, ଶିଳ୍ପାଙ୍କ ଲଭ୍ ଲାଇଫ୍ ଆଗକୁ ବଢ଼ିଥିଲା।
Posted inମନୋରଞ୍ଜନ