Categories: ଜାତୀୟ

ବଳାତ୍କାରକୁ ନେଇ କଂଗ୍ରେସ ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ

ବେଙ୍ଗାଲୁରୁ,୧୭ ।୧୨: କଂଗ୍ରେସ ବିଧାୟକ ତଥା କର୍ନାଟକ ବିଧାନସଭାର ପୂର୍ବତନ ଅଧ୍ୟକ୍ଷ ରମେଶ କୁମାର ମହିଳାଙ୍କୁ ନେଇ ବଡ ଆପତ୍ତିଜନକ ବୟାନ ଦେଇଛନ୍ତି । ବୟାନ ଏପରି ଯେ ଶୁଣିଲେ ବି ଲାଜ ଲାଗିବ । କୁମାର କହିଛନ୍ତି ଯେତେବେଳେ ବଳାତ୍କାର ହେଉଛି ସେତେବେଳେ ଶୋଇଯାଅ ଓ ମଜା ନିଅ । ଏହି ବୟାନକୁ ନେଇ ଏବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ତେବେ ପ୍ରଥମଥର ଲାଗି ବିଧାୟକ କୁମାର ଏଭଳି ବୟାନ ଦେଇ ନାହାନ୍ତି । ପୂର୍ବରୁ ୨୦୧୯ରେ ସେ ସ୍ପିକର ଥିବା ବେଳେ ନିଜର ତୁଳନା ବଳାତ୍କାର ପୀଡ଼ିତାଙ୍କ ସହ କରି ଦେଇଥିଲେ । ଯାହାକୁ ନେଇ ଏକ ବଡ ବିବାଦ ମୁଣ୍ଡ ଟେକିଥିଲା । ଏଥର ବିଧାୟକଙ୍କ ବୟାନକୁ ନେଇ କେବଳ ଯେ ତାଙ୍କ ଦଳର ତା’ନୁହେଁ ମହିଳା ନେତ୍ରୀମାନେ ବି ବିଧାନସଭାରେ ବିରୋଧ ପ୍ରଦର୍ଶନ କରିବା ସହ ତାଙ୍କ ବୟାନର ନିନ୍ଦା କରିଥିଲେ ।

Share