୨୧ ବର୍ଷରେ ବିବାହ ନ କରି ମା’ ହୋଇଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

୯୦ ଦଶକର ଲୋକପ୍ରିୟ ଅଭିନେତ୍ରୀ ରବୀନା ଟଣ୍ଡନ ଏବେ ବଲିଉଡ୍‌ଠାରୁ ଦୂରେଇ ଯାଇଥିଲେ ମଧ୍ୟ ଛୋଟ ପରଦାର ରିଆଲିଟି ଶୋ’ରେ ତାଙ୍କୁ ଅଧିକାଂଶ ସମୟରେ ଦେଖିବାକୁ ମିଳୁଛି। ଫିଲ୍ମଠାରୁ ଦୂରେଇ ସେ ନିଜ ପରିବାର ଓ ପିଲାମାନଙ୍କ ଦେଖାଶୁଣା କରୁଛନ୍ତି। ଏକ ସମୟ ଥିବା ସେ ଫିଲ୍ମ ସହ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିଲେ। ମାତ୍ର ବିବାହ ପୂର୍ବରୁ ୨୧ ବର୍ଷ ବସୟରେ ସେ ଯେତେବେଳେ ପ୍ରଥମ ଥର ପାଇଁ ମା’ ହୋଇଥିଲେ ସେତେବେଳେ ସବୁଠାରୁ ବେଶି ଚର୍ଚ୍ଚାରେ ରହିଥିଲେ।
୨୯୯୧ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ପଥର କେ ଫୁଲ୍‌’ ମାଧ୍ୟମରେ ରବୀନା ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମ ହିଟ୍‌ ହୋଇଥିବା ବେଳେ ଅଭିନେତ୍ରୀ ମଧ୍ୟ ସୁପରହିଟ୍‌ ହୋଇଥିଲେ। ୧୯୯୫ରେ ମୋହରା, ଦିଲଓ୍ବାଲେ, ଲାଡ୍‌ଲା ପରି ସୁପରହିଟ୍‌ ଫିଲ୍ମରେ କାମ କଲେ। ଏହାର ବର୍ଷର ପରେ ଅର୍ଥାତ୍‌ ୧୯୯୫ରେ ସେ ମା’ ହୋଇଥିଲେ। ଏହି ସମୟରେ ରବୀନା ଅବିବାହିତ ଥିବାବେଳେ ତାଙ୍କୁ ମାତ୍ର ୨୧ ବର୍ଷ ହୋଇଥିଲା।
ପ୍ରକୃତ କଥା ହେଲା, ରବୀନା ୨ ଝିଅ ପୂଜା ଏବଂ ଛାୟାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ। ଏହି ସମୟରେ ପୂଜା ୧୧ ବର୍ଷର ହୋଇଥିବା ବେଳେ ଛାୟାଙ୍କ ବୟସ ଥିଲା ୮। ଉଭୟ ରବୀନାଙ୍କ ସମ୍ପର୍କୀୟଙ୍କ ଝିଅ। ପୂଜା ଏବଂ ଛାୟାଙ୍କ ମା’ବାପାଙ୍କ ମୃତ୍ୟୁ ପରେ ରବୀନା ତାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ।

Share