କେକେଙ୍କ ଏହି ଗୀତକୁ ଶୁଣି ଆଜି ବି କାନ୍ଦନ୍ତି ସଲମାନ୍‌

ବମ୍ବେ: ‘ତଡପ ତଡପ କେ ଇସ ଦିଲ ସେ ଆହ ନିକଲ୍‌ତି ରହି…ତୋ ଲୁଟ୍‌ ଗୟେ’ କେକେଙ୍କ ଏଭଳି ଏକ ଗୀତ ଥିଲା, ଯିଏ ତାଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଥିଲା। ଏହି ଏଭରଗ୍ରୀନ ଗୀତ ଆଜି ବି ବାଜିଲେ ଅନେକଙ୍କ ଆଖିରେ ଲୁହ ଚାଲିଆସେ। ସେଭଳି ଜଣେ ହେଲେ ଦବଙ୍ଗ ଖାନ ସଲମାନ୍‌। ସେ ଯେବେ ବି ଏହି ଗୀତ ଶୁଣନ୍ତି କାନ୍ଦି ପକାଇଥାନ୍ତି। ଏଥିଲାଗି ସେ ଗୀତକୁ ଶୁଣିବାକୁ ଅମଙ୍ଗ ହୁଅନ୍ତି। କାରଣ ଗୀତ ବାଜିବା କ୍ଷଣି ସେ ନିଜର ଭାବନାକୁ ରୋକି ପାରନ୍ତି ନାହିଁ। କିଛି ବର୍ଷ ତଳେ ସଲମାନ ଟେଲିଭିଜନର ସବୁଠାରୁ ବଡ ସିଙ୍ଗିଂ ରିଆଲିଟି ଶୋ’ ‘ସା ରେ ଗା ମା ପା’ରେ ଅତିଥି ଭାବେ ଯୋଗ ଦେଇଥିଲେ। ସେତେବେଳେ ଜଣେ ପ୍ରତିଯୋଗୀ ସଲମାନଙ୍କ ସମ୍ମୁଖରେ ଏହି ଗୀତକୁ ଗାଇଥିଲେ। ଏହା ଶୁଣି ସେ କାନ୍ଦି ପକାଇଥିଲେ।

Share