ଶଶି ଥରୁରଙ୍କୁ ଆସିଥିଲା ଫିଲ୍ମ ଅଫର୍‌, ଏହି କାରଣରୁ କରିଥିଲେ ମନା

ବଲିଉଡର ‘ଦବଙ୍ଗ ଖାନ’ ସଲମାନ ଖାନ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଚେହେରା। ସେ ନିଜ କ୍ୟାରିୟରରେ ଏପର୍ଯ୍ୟନ୍ତ ଏକରୁ ଅଧିକ ସୁପରହିଟ ଫିଲ୍ମ କରିଛନ୍ତି। ସେ ପ୍ରାୟତଃ ତାଙ୍କ ଚଳଚ୍ଚିତ୍ରରେ ନୂଆ ଚେହେରାକୁ ସ୍ଥାନ ଦେବାକୁ ପସନ୍ଦ କରନ୍ତି । ଖୁବ କମ ଲୋକ ଜାଣନ୍ତି ଯେ ସେ ମଧ୍ୟ ତାଙ୍କର ଜଣେ ଚଳଚ୍ଚିତ୍ରରେ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କୁ ନେବାକୁ କରିବାକୁ ଚାହୁଁଥିଲେ। ତେବେ ଥରୁର ଏହି ଭୂମିକା କରିବାକୁ ମନା କରିଦେଇଥିଲେ।
ଏକ ସାକ୍ଷାତକାର ସମୟରେ ଶଶି ଥରୁର କହିଥିଲେ ଯେ, ସଲମାନଙ୍କ ଫିଲ୍ମ ‘ଏକ ଥା ଟାଇଗର’ରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭୂମିକାରେ ଅଭିନୟ କରିବାକୁ ତାଙ୍କୁ ଏକ ଅଫର ମିଳିଥିଲା। ସେ ତାଙ୍କ ବନ୍ଧୁଙ୍କ ସହ ଏ ବିଷୟରେ କଥା ହୋଇଥିଲେ। ବନ୍ଧୁ ତାଙ୍କୁ କହିଥିଲେ ଯେ, ଯଦି ସେ ନିକଟ ବର୍ଷରେ ଦେଶର ବୈଦେଶିକ ମନ୍ତ୍ରୀ ହେବାକୁ ଚାହୁଁଛନ୍ତି, ତେବେ ଏହି ଭୂମିକା କର ନାହିଁ। ଏହା ପରେ ସେ ଫିଲ୍ମରେ ଏହି ଭୂମିକା କରିବାକୁ ମନା କରିଦେଇଥିଲେ। ରାଜନୀତିରେ କାମ ଅଧିତ୍କ, ତେଣୁ ସେ ଚଳଚ୍ଚିତ୍ର ଆଡକୁ ଫେରିବା ନିଷ୍ପତ୍ତି ପ୍ରତ୍ୟାହାର କରିନେଲେ ବୋଲି ଥରୁର କହିଛନ୍ତି।
ବିଗ ବସ ଓଟିଟି ଶେଷ ହେବା ପରେ ବିଗ ବସ ୧୫ ଆରମ୍ଭ ହେବ। ଏଥିରେ ହୋଷ୍ଟ କରିବେ ସଲମାନ ଖାନଙ୍କ ଦ୍ୱାରା ଆୟୋଜିତ ହେବ। ବିଗ ବସ ବ୍ୟତୀତ ସଲମାନ ଖାନ ଏବେ ‘ଟାଇଗର ୩’ ଚଳଚ୍ଚିତ୍ରର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହା ବ୍ୟତୀତ ସଲମାନ କିକ ୨ ଏବଂ ଭାଇଜାନ ଫିଲ୍ମରେ ମଧ୍ୟ ନଜର ଆସିବେ। ସଲମାନ ଟାଇଗର-୩ ର ଶୁଟିଂ ପାଇଁ ନିକଟରେ ରୁଷିଆ ଯାଇଥିଲେ। ଏହି ଚଳଚ୍ଚିତ୍ରରେ କ୍ୟାଟ୍ରିନା କୈଫ ତାଙ୍କ ସହ ଅଭିନୟ କରୁଛନ୍ତି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି ଅମିତ ଶର୍ମା।

Share