୭୫ ଟଙ୍କା ଥିଲା ପ୍ରଥମ ରୋଜଗାର, ଏବେ ୧୦୦ କୋଟି କ୍ଲବ୍‌ରେ…

ବମ୍ବେ: ଯେତେ ବଡ଼ ସୁପରଷ୍ଟାର ସେତେ ଅଧିକ ପାଉଣା। ହେଲେ ସବୁବେଳେ ସ୍ଥିତି ସମାନ ନ ଥାଏ। ଏଣୁ କଳାକାରମାନେ ନିଜର ପ୍ରଥମ ଦରମାକୁ ଭୁଲିପାରିନଥାନ୍ତି। ସେଭଳି ଜଣେ ହେଲେ ଦବଙ୍ଗ ଖାନ୍‌ ସଲମାନ। ସଲ୍ଲୁଙ୍କ ଫିଲ୍ମ ବକ୍ସ ଅଫିସରେ ୧୦୦ କୋଟି ରୋଜଗାର କରିବାର ରେକର୍ଡ ରହିଛି। ବିଗତ ୩୦ ବର୍ଷ ଧରି ସେ ସିନେଜଗତ ସହ ଜଡ଼ିତ ଥିବାରୁ ସେ କୋଟି କୋଟି ଟଙ୍କାର ସମ୍ପତ୍ତିର ମାଲିକ ମଧ୍ୟ।

ଆଜି କୋଟିଏରୁ ଊର୍ଦ୍ଧ୍ୱ ପାଉଣା ନେଉଥିବା ସଲମାନଙ୍କ ପ୍ରଥମ ଦରମା ମାତ୍ର ୭୫ ଟଙ୍କା ଥିଲା। ତାଜ ହୋଟେଲର ଏକ ଶୋ’ରେ ବ୍ୟାକ୍‌ଷ୍ଟେଜ୍‌ ଡ୍ୟାନ୍ସର ହେବା ପାଇଁ ତାଙ୍କୁ ଏତିକି ଟଙ୍କା ମିଳିଥିଲା। ଫିଲ୍ମ ‘ମେନେ ପ୍ୟାର କିୟା’ ଲାଗି ତାଙ୍କୁ ମାତ୍ର ୩୧ହଜାର ଟଙ୍କା ମିଳିଥିଲା। ପରେ ଏହାକୁ ବଢ଼ାଇ ନିର୍ମାତାମାନେ ୭୫ହଜାର କରିଥିଲେ।

ତେବେ ଆଗାମୀ ଦିନରେ ସଲ୍ଲୁଙ୍କ ଫିଲ୍ମ ‘ରାଧେ’ ରିଲିଜ ହେବାକୁ ଯାଉଛି। ଚଳିତ ବର୍ଷ ଇଦ୍‌ ଅବସରରେ ଏହା ପରଦାକୁ ଆସିଛି। ଏହାଛଡ଼ା ସେ ଟାଇଗର-୩, ପଠାନ ଆଦି ଚଳଚ୍ଚିତ୍ରରେ ମଧ୍ୟ କାମ କରୁଛନ୍ତି।

Share