ଝିଅ ଜନ୍ମପରେ ମା’ବାପାଙ୍କୁ କ୍ଷମା ମାଗିଥିଲେ ଏହି ଅଭିନେତା: ଜାଣନ୍ତୁ କାହିଁକି…

ବଲିଉଡ୍‌ର ଚକୋଲେଟ ହିରୋ ଭାବେ ପରିଚିତ ଶାହିଦ କପୁର ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଶାହିଦଙ୍କ ସ୍ତ୍ରୀ ମୀରା କପୁର ଏବଂ ପିଲା ମିଶା ଏବଂ ଜୈନ୍‌ଙ୍କ ଫଟୋ ସୋସିଆଲ ମିଡିଆରେ ସବୁସମୟରେ ଭାଇରାଲ ହୋଇଥାଏ। ତେବେ ଝିଅ ମିଶା ଜନ୍ମ ହେବାପରେ ଶାହିଦ ନିଜ ମା’ବାପାଙ୍କୁ କ୍ଷମା ମାଗିଥିଲେ। ଏ କଥା ନିଜେ ଶାହିଦ କହିଥିଲେ। ଏକ ସାକ୍ଷାତକାରରେ ଶାହିଦ କହିଥିଲେ ଯେ, ମିରା ରାଜପୁତଙ୍କୁ ବିବାହ କରିବା ପରେ ମଧ୍ୟ ସେ ସବୁବେଳେ ନିଜ ମଧ୍ୟରେ ହଜିଯାଉଥିଲେ। କିନ୍ତୁ ଝିଅ ହେବା ପରେ ତାଙ୍କ ମଧ୍ୟରେ ଏକ ବଡ଼ ପରିବର୍ତ୍ତନ ହୋଇଥିଲା। ପିତା ହେବା ପରେ ସେ ଅନୁଭବ କରିପାରିଲେ ଯେ ସେ ସ୍ବାର୍ଥପର ହୋଇଯାଇଥିଲେ। ଏବେ ସେ ନିଜ ମା’ବାପାଙ୍କୁ ପୂର୍ବଠାରୁ ଅଧିକ ସମ୍ନାନ କରୁଛନ୍ତି। କାରଣ ମା’ବାପା ତାଙ୍କ ପାଇଁ କ’ଣ କରିଛନ୍ତି ଏବେ ଶାହିଦ ସବୁକିଛି ବୁଝିପାରିଛନ୍ତି। ତେଣୁ ସେ ବାପା ହେବା ପରେ ନିଜର ସମସ୍ତ କାର୍ଯ୍ୟକଳାପ ପାଇଁ ମା’ ବାପାଙ୍କୁ କ୍ଷମା ମାଗିଥିବା କହିଛନ୍ତି।

Share